- ସମ୍ବଲପୁରକୁ ହରାଇ ସେମିଫାଇନାଲରେ ରାଞ୍ଚି
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଛିନ୍ଦେଇକେଲା ଚନ୍ଦ୍ରଶେଖର ମିନି ଷ୍ଟାଡିୟମରେ ଚାଲିଥିବା ୨୮ତମ ସର୍ବଭାରତୀୟ ସାଧୁଚରଣ ମେମୋରିଆଲ ଛିନ୍ଦେଇକେଲା କ୍ରିକେଟ କପ୍ ଗ୍ରୁପ ବି ପର୍ଯ୍ୟାୟରେ ତୃତୀୟ ଲିଗ୍ ମ୍ୟାଚରେ ରାଞ୍ଚି ମେକନ ସମ୍ବଲପୁର ଫୋର୍ସକୁ ୪୨ ରନ୍ରେ ହରାଇ ସେମିଫାଇନାଲରେ ପ୍ରବେଶ କରିଛି । ମୁଖ୍ୟ ଅତିଥି ଭାବରେ ଛିନ୍ଦେଇକେଲା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ସାହୁ ଓ ସମ୍ମାନିତ ଅତିଥି ଭାବରେ ଡଃ ଲଳିତ କୁମାର ସାହୁ ଯୋଗଦେଇ ମ୍ୟାଚ୍କୁ ଉଦ୍ଘାଟନ କରିଥିଲେ । ରାଞ୍ଚି ମେକନ ପ୍ରଥମ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୨୧୧ ରନ୍ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ଭୀଷ୍ମ କୁମାର ୯୮, ଅନିବନ ଚାଟାର୍ଜୀ ୫୩ ଓ କୁମାର ଶାନ୍ତ ୩୭ ରନ୍ ସଂଗ୍ରହ କରିଥିଲେ । ସମ୍ବଲପୁର ଫୋର୍ସ ଦଳରୁ ସମ୍ବିତ ମହାପାତ୍ର ୨ ୱିକେଟ, ହ୍ରିତିକ ପଟେଲ, ବିମଳ କରମଲକର ଓ ଶରତ କୁମାର ମୁଣ୍ଡା ୧ ୱିକେଟ ଲେଖାଏଁ ନେଇଥିଲେ । ୨୧୨ ରନ୍ ବିଜୟ ଲକ୍ଷ୍ୟ ନେଇ ସମ୍ବଲପୁର ଦଳ ୨୦ ଓଭରରେ ୯ ୱିକେଟ ହରାଇ ୧୬୯ ରନ୍ ସଂଗ୍ରହ କରି ପରାଜିତ ହୋଇଥିଲେ । ରାଞ୍ଚି ୪୨ ରନ୍ରେ ବିଜୟୀ ହୋଇ ସେମିଫାଇନାଲ ପ୍ରବେଶ କରିଛି । ରାଞ୍ଚି ଦଳରୁ ସଙ୍କଟ ମୋଚନ ତ୍ରିପାଠୀ ୪ ୱିକେଟ, ଗୌରବ କୁମାର ୨ ୱିକେଟ, ଆଶିଷ ସିଂ, ଶିତ କୁମାର ଓ ଭୀଷ୍ମ କୁମାର ୧ ୱିକେଟ ଲେଖାଏଁ ନେଇଥିଲେ । ଓସିଏ ଅମ୍ପାୟର ସଞ୍ଜୟ ନାୟକ ଓ ଅକ୍ଷୟ ସାହାଣୀ ଖେଳ ପରିଚାଳନା କରିଥିଲେ । ସୁନିଲ ସାହୁ, କବିରାଜ ସାହୁ ଓ ଅନୁପମ ସାହୁ ସ୍କୋରର ଥିବା ବେଳେ ପତିତପାବନ ସାହୁ, ରମେଶ ଚନ୍ଦ୍ର ସାହୁ, ଦିଲ୍ଲୀପ କୁମାର ଓ ପ୍ରହ୍ଲାଲାଦ ଭୋଇ ଧାରାବିବରଣୀ ପ୍ରଦାନ କରିଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜଣାଶୁଣା ବ୍ୟବସାୟୀ ଦିଲ୍ଲୀପ କୁମାର ସାହୁ ଓ ସମ୍ମାନିତ ଅତିଥି ଭାବରେ ଝାରବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସହଦେବ ଧରୁଆ ଓ ପ୍ରଫୁଲ୍ଲ କୁମାର ସାହୁ ଯୋଗଦେଇ ରାଞ୍ଚି ମେକନ ଦଳର ଭୀଷ୍ମ କୁମାରକୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଦେଇ ପୁରସ୍କୃତ କରିଥିଲେ । ପତିତପାବନ ସାହୁ ସଭା କାର୍ଯ୍ୟ ପରିଚାଳନା କରିଥିଲେ । ଏହି ଅବସରରେ ଆୟୋଜକ କମିଟି ସଭାପତି ଜତୀନ ସାହୁ, ସମ୍ପାଦକ କାହ୍ନୁଚରଣ ସାହୁ, କୋଷାଧ୍ୟକ୍ଷ ମଣ୍ଟୁ ସାହୁ, ଉପଦେଷ୍ଟା ହେମସାଗର ସାହୁ, ରୋହିତ ସାହୁ, ବିନନ୍ଦ ସାହୁ, ସୁଶାନ୍ତ ସାହୁ, ସ୍ୱତନ୍ତ୍ର ସାହୁ, ପ୍ରମୋଦ ସାହୁ, ସଭ୍ୟ ଆକାଶ ସାହୁ, ବୁନିଲ ସାହୁ, ସିପୁନ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ । ଆସନ୍ତାକାଲି ଶେଷ ଲିଗ୍ ମ୍ୟାଚ୍ କଟକ ଓ ରାୟଗଡ଼ା ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଉପଦେଷ୍ଟା ଆନନ୍ଦ ସାହୁ ସୂଚନା ଦେଇଛନ୍ତି ।