ଡ଼ଃ ଶରତଚନ୍ଦ୍ର ଦାଶଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଜଣାଶୁଣା ପଦାର୍ଥ ବିଜ୍ଞାନ ପ୍ରଧ୍ୟାପକ ଡ଼ଃ ଶରତଚନ୍ଦ୍ର ଦାଶଙ୍କ ୮୪ବର୍ଷ ବୟସରେ ବିୟୋଗ ଘଟିଛି । ତାଙ୍କ ପରଲୋକଗତ ଖବର ପାଇ ବିଭିନ୍ନ ମହଲରେ ଶୋକ ବ୍ୟକ୍ତ କରିଵା ସହ ତାଙ୍କ ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଛନ୍ତି । ସ୍ୱର୍ଗତ ଡ଼ଃ ଦାଶ ପାନପୋଷ ସ୍ଥିତ ସରକାରୀ ମହାବିଦ୍ୟାଳୟରୁ ଅବସର ପରେ ହମିରପୁର ସ୍ଥିତ କଲ୍ୟାଣୀ ରାୟ ମହାବିଦ୍ୟାଳୟ, ବସ୍ତିଆ ମେମୋରିଆଲ ଟ୍ରଷ୍ଟରେ ଅଧ୍ୟକ୍ଷ ଓ ପରେ ସେକ୍ଟର ୭ସ୍ଥିତ ଚିନ୍ମୟ ବିଦ୍ୟାଳୟ ପରିଚାଳନା ସମିତିର ସମ୍ପାଦକ ଓ ଉପଦେଷ୍ଟା ଭାବେ ରହିଥିଲେ । ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଚିନ୍ମୟ ବିଦ୍ୟାଳୟରେ କମ୍ପ୍ୟୁଟର ଲ୍ୟାବ ପ୍ରତିଷ୍ଠା କରାଯାଇଥିଲା । ତାଙ୍କ ଝିଅ ଡ଼ଃ ଶାନ୍ତି ଦାଶ ସେକ୍ଟର ୧୯ସ୍ଥିତ ଇସ୍ପାତ ବିଦ୍ୟାମନ୍ଦିରରେ ଅଧ୍ୟାପିକା ଓ ଜ୍ୱାଇଁ ସଚ୍ଚିଦାନନ୍ଦ ମହାପାତ୍ର ଆରଏସପି ରେ ମହାପ୍ରବନ୍ଧକ, ପୂତ୍ର ଡ଼ଃ ଶ୍ରୀକାନ୍ତ ଚରଣ ଦାଶ ଭୁବନେଶ୍ୱର ସ୍ଥିତ କିଟ୍ ରେ ପ୍ରଧ୍ୟାପକ ଓ ନାତି ସୈ।ରଭ କମ୍ପ୍ୟୁଟର ବିଜ୍ଞାନ ଅଧ୍ୟୟନ ପରେ ଚାକିରି କରୁଥିବା ଜଣାପଡିଛି । ସ୍ୱର୍ଗତ ଦାଶଙ୍କ ନିଧନରେ ପଦାର୍ଥ ବିଜ୍ଞାନ ଶିକ୍ଷକ ମହାସଂଘ ପକ୍ଷରୁ ଶୋକ ପ୍ରସ୍ତାବ ଗୃହୀତ କରାଯାଇ ସେ ଜଣେ ପ୍ରବୀଣ ଶିକ୍ଷକ, ଗବେଷକ, ବହୁ ପ୍ରତିଭାର ଅଧିକାରୀ ତଥା ପରୋପକାରୀ ଥିଲେ ବୋଲି କୁହାଯାଇଛି ।

Leave A Reply

Your email address will not be published.