ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଶୁକ୍ରବାର ସରସ୍ଵତୀ ପୂଜା ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନିରୁଦ୍ଧ ପଣ୍ଡା ପୂଜା କାର୍ଯ୍ୟ ସମ୍ପାଦନା କରିଥିଲେ ଓ ଶିଶୁମାନଙ୍କୁ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷ ଗଙ୍ଗାଧର ରଣା, ଶିକ୍ଷା କେନ୍ଦ୍ର ସଭାପତି ଗୋକୁଳାନନ୍ଦ ଦଣ୍ଡସେନା, ସମ୍ପାଦକ ମହେନ୍ଦ୍ର କୁମାର ଖୁଣ୍ଟିଆ, ତପନ ବହିଦାର, ଉପାଧ୍ୟକ୍ଷ ମଳୟ କୁମାର ହଂସ ଉପସ୍ଥିତ ଥିବାବେଳେ ହରିପ୍ରିୟା ସାହୁ, ଭିଏସନନ୍ଦ ବରିହା, ଜଗନ୍ନାଥ ରଣା, ଟିକେଶ୍ୱରୀ ବିଶ୍ୱାଳ, ତପସ୍ଵିନୀ ଭୋଇଙ୍କ ସମେତ ସମସ୍ତ ଅପା ଭାଇ ପରିଚାଳନାରେ ସହଯୋଗ କରିଥିଲେ । ସେହିପରି ପାଇକମାଲ ଅଞ୍ଚଳ ଓ ମାଣ୍ଡୋସିଲ ଅଞ୍ଚଳରେ ବିଭିନ୍ନ ସରକାରୀ ତଥା ବେସରକାରୀ ସ୍କୁଲ ଗୁଡିକରେ ସରସ୍ଵତୀ ପୂଜା ଅନୁଷ୍ଠିତ ହୋଇଯାଇଛି ।