ପାଟଣାଗଡ଼, (ଗୋରେଖ ନାଥ ବରିହା) : ପାଟଣାଗଡ଼ ବ୍ଲକର ଦେଉଲଗାଁ ଗ୍ରାମ ପଞ୍ଚାୟତର ସରପଞ୍ଚ ଭାବରେ ବ୍ଲକର ସବୁଠାରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହେଲେ ଶ୍ରୀମତୀ ସବିତା ସାହୁ । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ସତ୍ୟବତୀ ବାଗଙ୍କ ଠାରୁ ପ୍ରାୟ ୧୭୦୦ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି । ଶ୍ରୀମତୀ ସାହୁ ୨୦୩୦ରୁ ଅଧିକ ଭୋଟ ପାଇଥିବା ବେଳେ ଶ୍ରୀମତୀ ବାଗ ମାତ୍ର ୩୧୦ଟି ଭୋଟ ପାଇଛନ୍ତି । ଏହି ବିଜୟ ପାଇଁ ସେ ଦେଉଲଗାଁ ପଞ୍ଚାୟତ ବାସୀଙ୍କୁ ଧନ୍ୟବାଦ ଦେବା ସହିତ ସେମାନଙ୍କର ସୁଖ ଦୁଃଖର ସାଥି ହେବାପାଇଁ ପ୍ରତିଶୃତି ଦେଇଛନ୍ତି । ସୂଚନା ଯୋଗ୍ୟ ଯେ, ଶ୍ରୀମତୀ ସାହୁ ପୂର୍ବରୁ ପଣ୍ଡାମୁଣ୍ଡା ଗ୍ରାମ ପଞ୍ଚାୟତରେ ଗ୍ରାମ ରୋଜଗାର ସେବକ ରୂପେ କାର୍ଯ୍ୟ କରୁଥିଲେ । ପରବର୍ତ୍ତୀ ସମୟରେ ଚାକିରୀ ଛାଡି ଗୃହିଣୀ ଭାବେ ରହିଥିଲେ । ଜଣେ ପୂର୍ବତନ ପଞ୍ଚାୟତ କର୍ମଚାରୀ ଭାବରେ ରହିଥିବା ଶ୍ରୀମତୀ ସାହୁଙ୍କ ଅଭିଜ୍ଞତା ପଞ୍ଚାୟତର ବିକାଶ ପାଇଁ କାର୍ଯ୍ୟକାରୀ ହୋଇ ପାରିବ ବୋଲି ମତ ପ୍ରକାଶ ପାଇଛି ।