oom

ଚଙ୍ଗରିଆ ଗ୍ରାମ ପଂଚାୟତରେ ସରପଞ୍ଚ ଭାବେ ନିର୍ବାଚିତ ହେଲେ ସୁଶୀଲ କୁମାର ଗୁରୁ

jsmm

ପାଟଣାଗଡ଼, (ଗୋରେଖ ନାଥ ବରିହା) : ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ଖପ୍ରାଖୋଲ ବ୍ଲକ ଚଙ୍ଗରିଆ ଗ୍ରାମ ପଂଚାୟତରେ ସରପଞ୍ଚ ଅଶାୟୀ ପ୍ରାର୍ଥୀ ଭାବେ ଲଙ୍ଗଳ ଚି଼ହ୍ନରେ ଛିଡା ହୋଇ ପ୍ରତିଦ୍ୱନ୍ଦୀତା କରି ନିର୍ବାଚିତ ହୋଇଛନ୍ତି । ସେ ମୋଟ ୬୪୨ ଖଣ୍ଡ ଭୋଟ ପାଇ ନିକଟତମ ପ୍ରତିଦ୍ୱନ୍ଦୀ ପ୍ରାର୍ଥୀଙ୍କ ଠାରୁ ୧୫୦ ଖଣ୍ଡ ଭୋଟ ପାଇ ବିଜୟ ବନା ଧରିଛନ୍ତି । ନିର୍ବାଚନ ମଇଦାନକୁ ଓହ୍‌ହ୍ଲାଇ ଥିବା ବେଳେ ଦେଇଥିବା ପ୍ରତିଶୃତିକୁ ପାଳନ କରିବେ ବୋଲି ପଂଚାୟତ ବାସୀ ଆଶା ରଖିଛନ୍ତି । ପଂଚାୟତରେ ହାଇସ୍କୁଲ ନିର୍ମାଣ, ଚାଷୀ ସଂଗଠନ, ମହିଳା ସଂଗଠନ, ଯୁବକ ସଙ୍ଘ ଗଠନ କରିବା ସହ ଅଞ୍ଚଳର ଉନ୍ନତି ମୂଳକ କାର୍ଯ୍ୟ ଉପରେ ବିଶେଷ ଧ୍ୟାନ ଦେବା, ଚାଷୀ ମାନଙ୍କ ହକ ପାଇଁ ଲଢେଇ କରିବି, ଗରିବ ମାନଙ୍କ ଯାହା କିଛି ଯୋଜନା ରହିଛି ସେଥିପ୍ରତି ବିଶେଷ ଦୃଷ୍ଟି ଦେଵି ବୋଲି କହିଛନ୍ତି ।

jittmm
Leave A Reply

Your email address will not be published.