jayashree

ଅପ୍ରତିଦ୍ଵନ୍ଦୀ ଭାବେ ସସ୍ମିତା ହେଲେ ପପଙ୍ଗା ପଞ୍ଚାୟତର ସରପଞ୍ଚ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଭେଡେନ ବ୍ଲକ ପପଂଗା ପଂଚାୟତରେ ଏକ ମାତ୍ର ପ୍ରାର୍ଥିନୀ ଭାବେ ସସ୍ମିତା ହୋତା ମନୋନୟନ ପତ୍ର ଦାଖଲ କରି ଅପ୍ରତିଦ୍ଵନ୍ଦୀ ରହିଛନ୍ତି । ପୂର୍ବତନ କଂଗ୍ରେସ ନେତା ସ୍ଵର୍ଗତ ସିତାରାମ ହୋତାଙ୍କ ପୁତ୍ର ବଧୂ ସସ୍ମିତା ହୋତା ସରପଞ୍ଚ ପ୍ରାର୍ଥିନୀ ହୋଇଥିଲେ । ପ୍ରାର୍ଥୀ ପତ୍ର ଦାଖଲର ଶେଷ ପର୍ଯ୍ୟନ୍ତ ଆଉ କେହି ତାଙ୍କ ବିରୁଦ୍ଧରେ ନାମାଙ୍କନ ପତ୍ର ଦାଖଲ କରିନଥିଲେ । ଫଳରେ ସେ ବିନା ପ୍ରତିଦ୍ୱନ୍ଦିତାରେ ସରପଞ୍ଚ ନିର୍ବାଚିତ ହୋଇଛନ୍ତି । ଏବେ କେବଳ ଔପଚାରିକତା ଭାବେ ସରକାରୀ ଘୋଷଣା ବାକି ରହିଛି । ଜିଲ୍ଲାରେ ଏକମାତ୍ର ଅପ୍ରତିଦ୍ଵନ୍ଦୀ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିବାରୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଯାଉଛି । ସସ୍ମିତା ପପଂଗା ପଂଚାୟତର ସମସ୍ତ ଭୋଟର ଭାଇଭଉଣୀ ଓ ଗୁରୁଜନମାନଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି । ପପଂଗା ପଂଚାୟତ ସମସ୍ତ ପ୍ରକାର ଉନ୍ନତି ପାଇଁ କାମ କରି ଜନସାଧାରଣଙ୍କ ଆସ୍ଥା ଭାଜନ ହେବେ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.