ମ.ରାମପୁର, (ହେମନ୍ତ ସାହୁ) : ଆସନଟି ରହିଥିଲା ଅଣସଂରକ୍ଷିତ । ପୁରୁଷ ପ୍ରତିଦ୍ୱନ୍ଦୀଙ୍କ ସହିତ ଏହି ମଇଦାନରେ ଜଣେ ଗୃହିଣୀ ନିଜକୁ ସଜ କରିଥିଲେ । ଭୋଟରଙ୍କ ପାଖକୁ ଗଲେ, ଭୋଟ ଭିକ୍ଷା କଲେ । ଲୋକଙ୍କ ଆସ୍ଥା ଭାଜନ ହେଲେ । କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମଦନପୁର ଗ୍ରାମ ପଞ୍ଚାୟତରେ କେତକୀ ଦଣ୍ଡିଆ ସରପଞ୍ଚ ଭାବରେ ନିର୍ବାଚିତ ହୋଇଛନ୍ତି । ଅନେକ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ପଛରେ ପକାଇ, ସେ ଏହି ବିଜୟ ହାସଲ କରିଛନ୍ତି । ସେ ନିଜର ପ୍ରତିକ୍ରିୟାରେ ଲୋକଙ୍କ ଭରସା ମୋ ଉପରେ ଥିବାରୁ ନିଶ୍ଚିତ ମୁଁ ପଞ୍ଚାୟତର ବିକାଶରେ ସହାୟକ ହେବି ବୋଲି କହିବା ସହିତ ନିଜର କୃତଜ୍ଞତା ପଞ୍ଚାୟତବାସୀଙ୍କୁ ଜ୍ଞାପନ କରିଛନ୍ତି ।
Prev Post
Next Post