ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅଂଚଳର ସାହାରା ଜମାକାରୀମାନେ ଦୀର୍ଘ ବର୍ଷ ହେବ ସେମାନେ ତାଙ୍କ ଜମା ଟଙ୍କା ନ ପାଇ ନିରାଶ ହୋଇଛନ୍ତି । ଏ ନେଇ ଆଜି ବଙ୍ଗୋମୁଣ୍ଡା ସରପଞ୍ଚଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏ ନେଇ ଅନେକ ଥର ସାହାରା ଜମାକାରୀ ଟଙ୍କା ପାଇବା ପାଇଁ ଦାବି କରି ଆସୁଥିଲେ ମଧ୍ୟ ସରକାର କୌଣସି ପ୍ରକାର ପଦକ୍ଷେପ ନିଆଯାଇ ନ ଥିବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି । ଦୀର୍ଘ ବର୍ଷରୁ ବହୁ କଷ୍ଟରେ ଆଶା ରଖି ସାହାରାରେ ସଞ୍ଚୟ କରିଥିଲେ ଜମାକାରୀ । କିନ୍ତୁ ବର୍ଷ ପରେ ବର୍ଷ ବିତୁଛି ହେଲେ ଜମାକାରୀଙ୍କୁ ଟଙ୍କା ମିଳୁ ନଥିବାରୁ କ୍ଷୋଭ ପ୍ରକାଶ ପାଉଛି । ଆଜି ବଙ୍ଗୋମୁଣ୍ଡା ଅଞ୍ଚଳର ଜମାକାରୀମାନେ ବଙ୍ଗୋମୁଣ୍ଡା ସରପଞ୍ଚ ଅଜିତ କୁମାର ଯୋଶୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଆଗାମୀ ଦିନରେ ସରକାର ଆବଶ୍ୟକ ପଦକ୍ଷେପ ନ ନେଲେ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି । ଆଗାମୀ ଦିନରେ ହେବାକୁ ଥିବା କାର୍ଯ୍ୟପନ୍ଥା ଉପରେ ଆଲୋଚନା କରାଯାଇଥିଲା । ଦାବିପତ୍ର ଦେବା ସମୟରେ ବହୁ ଜମାକାରୀମାନେ ସାମିଲ ହୋଇଥିଲେ ।

Next Post