oom

ଖର୍ସେଲ ସରପଞ୍ଚ ପଦବୀ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ କଲେ ଲଛମନ ବଂଜରା

jsmm

ନୂଆପଡ଼ା, (ନିରାକାର ମେହେର) : ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଖର୍ସେଲ ସରପଞ୍ଚ ପଦବୀ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ କଲେ ଲଛମନ ବଂଜରା । ଚଳିତ ବର୍ଷ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଭିନ୍ନ ପଦ ପଦବୀ ପାଇଁ ଆଶାୟୀ ପ୍ରାର୍ଥୀ ଚଳିତ ବର୍ଷ ୧୭ ତାରିଖରୁ ପ୍ରାର୍ଥୀପତ୍ର ଦାଖଲ କରିବା ଆରମ୍ଭ ହୋଇଥିବା ବେଳେ ଆଜି ପାର୍ଥୀପତ୍ର ଦାଖଲ କରିଛନ୍ତି । ସିନାପାଲି ବ୍ଲକ ଖର୍ସେଲ ପଞ୍ଚାୟତ କର୍ଲାଖମାର୍ ଗ୍ରାମର ଲଛମନ ବଂଜରା ସରପଞ୍ଚ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନିର୍ବାଚନ ନିୟମ ଅନୁସାରେ ଶ୍ରୀ ବଂଜରା ପ୍ରସ୍ତାବକ ଲକ୍ଷ୍ମଣ ଭୋଇ ଓ ସମର୍ଥକ ସୁବାସ ବଂଜରାଙ୍କ ସହିତ ଖର୍ସେଲ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଖର୍ସେଲ ଗ୍ରାମ ପଞ୍ଚାୟତର ସମସ୍ତ ଜନସାଧାରଣଙ୍କ ଆଶିର୍ବାଦ କାମନା କରି ସମସ୍ତ ଲୋକଙ୍କ ସହିତ ଯୋଡି ହୋଇ ଗ୍ରାମ ପଞ୍ଚାୟତକୁ ବିକାଶ ପଥରେ ଆଗେଇ ନେବା ସହ ଦୁଃଖ ସୁଖର ସାଥି ହୋଇ ଚାଲିବି ବୋଲି ଶ୍ରୀ ବଂଜରା ମତ ପ୍ରକାଶ କରିଛନ୍ତି ।

jittmm
Leave A Reply

Your email address will not be published.