ଗୃହିଣୀରୁ ଏବେ ପଞ୍ଚାୟତ ମୁଖ୍ୟ : ସ୍ନିଗ୍ଧା ରଣା ହେଲେ ଡ଼ମ୍ବ କର୍ଲାଖୁଣ୍ଟାର ସରପଞ୍ଚ

ମ.ରାମପୁର, (ହେମନ୍ତ ସାହୁ) : ସମସ୍ତ କଳ୍ପନା ଜଳ୍ପନାର ଅନ୍ତଘଟାଇ ମ.ରାମପୁର ବ୍ଲକ ଡ଼ମ୍ବ କର୍ଲାଖୁଣ୍ଟା ଗ୍ରାମ ପଞ୍ଚାୟତର ସରପଞ୍ଚ ହୋଇଛନ୍ତି ସ୍ନିଗ୍ଧା ରଣା । ନିଜର ଲୋକପ୍ରିୟତା ଯୋଗୁଁ ସେ ପଞ୍ଚାୟତବାସୀଙ୍କ ଆସ୍ଥା ଭାଜନ ହୋଇ ପାରିଥିବା ବେଳେ ଏହି ବିଜୟର ଶ୍ରେୟ ସେ ପଞ୍ଚାୟତବାସୀଙ୍କୁ ଦେଇଛନ୍ତି । ଅଣସଂରକ୍ଷିତ ମହିଳା ରହିଥିବା ଏହି ପଞ୍ଚାୟତରେ ସେ ବିପୁଳ ସଂଖ୍ୟାରେ ଭୋଟ ପାଇ ବିଜୟ ଲାଭ କରିଥିବା ବେଳେ ତାଙ୍କୁ ପଞ୍ଚାୟତବାସୀ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରୁଛନ୍ତି । ମାଣିକେରା ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ସମାଜସେବୀ ଫକୀର ରଣାଙ୍କ ଧର୍ମପତ୍ନୀ ଶ୍ରୀମତୀ ରଣା ନିଜର ଉଦ୍ୟମରେ ପଞ୍ଚାୟତର ସାମଗ୍ରିକ ବିକାଶ ଦିଗରେ ଯତ୍ନବାନ ହେବି ବୋଲି ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

Leave A Reply

Your email address will not be published.