ସର୍‌ଲା ଟଙ୍କା ଗନା : ଇ’ଘଡ଼ି ତନାଘନା ଜେରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଏଜ୍‌ ମଦ୍‌ଭାଟି ମେନେଜର୍‌ ମାନ୍‌କୁ ଚାଲିଛେ ତନାଘନା ଜୋର୍‌ଦାର୍‌ ଜେରା । କେନୁଁ ଆଏଲା ଏତ୍‌କି ଟଙ୍କା, କାଏଁଥିର୍‌ ଲାଗି ରଖା ହେଇଥିଲା, କେଭ୍‌ନୁଁ ଟିକସ୍‌ ଫଙ୍କା ଚାଲିଛେ… ଇ’ସବୁ ଦିଗେ ଛାନ୍‌ଭିନ୍‌ ଚଲେଇଛେ ଆଇଟି ବିଭାଗ । ଆର୍‌ଗୁଟେ ଆଡେ଼ ଗନା ସରିଥିବାର୍‌ ଜବତ୍‌ ଟଙ୍କା ୩୦୫ କୋଟି କେ ବଲାଙ୍ଗିର ଏସ୍‌ବିଆଇ ମୁଖିଆ ଶାଖା ଥି ଚାଲାନ୍‌ କାଟିକରି ଆଏଜ୍‌ ଡିପୋଜିଟ୍‌ କରାଯିବା ବଲି ସୂଚ୍‌ନା ମିଲିଛେ । ଆଏଜ୍‌ ଆଇଟି ରେଡ୍‌ର ୬ ନମର୍‌ ଦିନେ ଚାଲିଥିବାର୍‌ ଘନ୍‌ଘାଇ ଜେରା ଥି ଖୋବ୍‌ ତଥ୍ୟ ବାହାରିବା ବଲି ବି କୁହାଯଉଛେ । ସମ୍ବଲପୁର ମଦ୍‌ଭାଟି ରେଡ୍‌ ନୁଁ ସାଢେ଼ ୩୭ କୋଟି ଟଙ୍କା ବାହାରି ଥିବାର୍‌ ବେଲ୍‌କେ ଟିଟିଲାଗଡେ଼ ବାହାରିଲା ୧୧ କୋଟି ଟଙ୍କା । ମାତର୍‌କ’ ବଲାଙ୍ଗିର ସୁଦ୍‌ପଡା ମଦ୍‌ଭାଟି ନୁଁ ବାହାରିଥିବାର୍‌ ପାଁଚ୍‌ ଦିନର୍‌ ମୁହେଁ ଗନା ହେଇଥିବାର୍‌ ୩ ଶହ ନୁଁ ଅଏଧ୍‌କା ଟଙ୍କା ସାରା ଦେଶ୍‌ ନେ ହୁବ୍‌ଡୁବି ପକେଇ ଦେଇଛେ । ଟଙ୍କା ଗନି ଗନି ଅଥା ହେଇଯାଇଛନ୍‌ ବେଙ୍କ କର୍ମଚାରୀ । ଅଥା ହେଇଯାଇଛେ ମେସିନ୍‌ । କାବା ହେଇଗଲେ ସାରା ଦେଶ୍‌ର ଲୋକ୍‌ । ଦେଶୀ ମଦର୍‌ ଦର୍‌ହୋ ଭିତ୍‌ରେ ଟଙ୍କାର୍‌ ପର୍‌ବତ୍‌ ଦେଖି ଆଇଟି ବିଭାଗ ବି କାବା ହେଇଯାଇଛେ ।

Leave A Reply

Your email address will not be published.