ଜଣେ ଅମାୟିକ ସରଳ ବ୍ୟକ୍ତିଙ୍କ ଜ୍ୱରରେ ଅକାଳ ମୃତ୍ୟୁ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ସଦର ଖପ୍ରାଖୋଲର ସ୍ୱର୍ଗତ ରାମ ଗଡ଼ତ୍ୟାଙ୍କ ଜ୍ୟୋଷ୍ଠ ପୁତ୍ର ମହେନ୍ଦ୍ର ଗଡତ୍ୟାଙ୍କ ଜ୍ୱରରେ ଅକାଳ ମୃତ୍ୟୁ ଘଟିଥିବାରୁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା । ସେ ଜଣେ ଅମାୟିକ, ସରଳ ତଥା ଧର୍ମ ପରାୟଣ ବ୍ୟକ୍ତି ଭାବେ ସ୍ଥାନୀୟ ଅଞ୍ଚଳରେ ସୁପରିଚିତ ଥିଲେ । ସମ୍ପୂର୍ଣ୍ଣ ବୈଦିକ ରୀତିନୀତିରେ ସ୍ୱର୍ଗତ ଗଡତ୍ୟାଙ୍କ ଅନ୍ତେଷ୍ଟି କ୍ରିୟା ସମ୍ପନ୍ନ ହୋଇଥିବା ବେଳେ ତାଙ୍କ ପୁଅ ଲିପୁ ମୁଖାଗ୍ନି ଦେଇଥିଲେ । ମୃତ୍ୟୁ ବେଳକୁ ତାଙ୍କର ତିନି ଭାଇ, ଜ୍ୱାଇଁ ଏବଂ ପରିବାର ସ୍ୱଜନ ଉପସ୍ଥିତ ଥିଲେ । ଘଟଣାରୁ ଜଣାଯାଇଛି ଯେ, ମହେନ୍ଦ୍ରଙ୍କ ମୃତ୍ୟୁ ଜ୍ୱରରେ ହୋଇଥିବା ଜଣାଯାଇଛି । ବର୍ତ୍ତମାନ ଖପ୍ରାଖୋଲରେ ଆବର୍ଜନା ଯୋଗୁଁ ମଶା, ମାଛିର ପାର୍ଦୁଭାବ ଦେଖା ଦେଇଛି । ଏହି ଅଞ୍ଚଳ ମେଲେରିଆ ପ୍ରବଣ ଅଞ୍ଚଳ । ତେଣୁ ଏହାକୁ ପରିଷ୍କାର ରଖିବା, ନାଳ, ନର୍ଦ୍ଦମା ପରିଷ୍କାର ରଖିବା, ସଚେତନତା କରିବା ନିମନ୍ତେ ଦାବୀ ହେଉଛି । ବାରମ୍ବାର ପ୍ରଶାସନକୁ ଦାବୀ କରାଯାଉଛି କିନ୍ତୁ ପ୍ରଶାସନ କିମ୍ବା ସ୍ୱାସ୍ଥ୍ୟ ବିଭାଗ ଏ ଦିଗରେ ଧ୍ୟାନ ଦେଉନାହାନ୍ତି । ତୁରନ୍ତ ସଜାଗ ନହେଲେ ବିଭିନ୍ନ ରୋଗ ବ୍ୟାପିବା ଆଶଙ୍କା ଦେଖା ଦେବ । ଏହାକୁ ନେଇ ଖପ୍ରାଖୋଲ ଜନସାଧାରଣ ଓ ବୁଦ୍ଧିଜୀବୀ ମହଲରେ ଅସନେ୍‌ନ୍ତାଷ ପ୍ରକାଶ ପାଇଛି । ଯଦି ଆଗାମୀ ଦିନରେ ଯଦି କୌଣସି ବ୍ୟକ୍ତିଙ୍କ ଜ୍ୱରରେ ଅକାଳ ବିୟୋଗ ହେଲେ ତାହା ପ୍ରଶାସନ ଦାୟୀ ରହିବ ବୋଲି ବୁଦ୍ଧିଜୀବୀ ମହଳରୁ ପ୍ରକାଶ ପାଇଛି ।

Leave A Reply

Your email address will not be published.