ls

ସହକାରୀ ଯନ୍ତ୍ରୀଙ୍କୁ ମାତାଲ୍‌ ସାମ୍ବାଦିକଙ୍କ ହତ୍ୟା ଧମକ : ଦେଓଗାଁ ବ୍ଲକ ଅଫିସ ସାମ୍ନାରେ ଦାଦାଗିରି, ଗିରଫ ନ ହେଲେ ହେବ ବ୍ଲକ କର୍ମଚାରୀଙ୍କ କଲମ ଛାଡ଼ ଆନ୍ଦୋଳନ

sb

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କାର୍ଯ୍ୟାଳୟ ଅସାମାଜିକ ବ୍ୟକ୍ତିଙ୍କ ଆର୍ଡ଼ାସ୍ଥଳୀ ପାଲଟିଛି । କେତେବେଳେ ନିର୍ବାଚିତ ପ୍ରତିନିଧି କାର୍ଯ୍ୟରତ କର୍ମଚାରୀଙ୍କୁ ଅପବ୍ୟବହାର କରୁଛନ୍ତି ତ ପୁଣି କେତେବେଳେ ସମାଜସେବୀ ବୋଲାଉଥିବା ଲୋକ ପାଟି ତୁଣ୍ଡ କରିବା ସହ ଅଶ୍ଳିଳ ଭାଷାରେ ଗାଲିଗୁଲଜ କରି ତୁମଳକାଣ୍ଡ ଭିଆଉଁଛନ୍ତି, କିନ୍ତୁ ସମାଜ ସୁରକ୍ଷା ପାଇଁ ଏବେ ଗଣତନ୍ତ୍ରର କଲମ ଧରିଥିବା ଜଣେ ସାମ୍ବାଦିକ ମାତାଲ ଅବସ୍ଥାରେ ଆସି ବ୍ଳକର କାର୍ଯ୍ୟରତ ସହକାରୀ ଯନ୍ତ୍ରୀଙ୍କୁ ହତ୍ୟା ଧମକ ଦେଇଥିବା ନେଇ ଦେଓଗାଁ ଥାନାରେ ଅଭିଯୋଗ ହୋଇଥିବା ଜଣାପଡ଼ିଛି । ଏନେଇ ଦେଓଗାଁ ଥାନା ଅଧିକାରୀ ବାମଦବ ଶଙ୍ଖୁଆଳଙ୍କୁ ପଚାରିବାରୁ ଅଭିଯୋଗ ହୋଇଛି, ଏକ୍ଟ୍ରୋସିଟି ଲାଗିବ ବୋଲି କହିଛନ୍ତି । ମିଳିଥିବା ସୁଚନା ଅନୁସାରେ ଶୁକ୍ରବାର ଦିନ ୩ଟା ୩୦ମିନିଟ ସମୟରେ ଦେଓଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସହକାରୀ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଥିବା ମୋହନ ମହାଲିଙ୍ଗଙ୍କୁ ଏକ ଦୈନିକ ଖ‌ବରକାଗଜର ଦେଓଗାଁ ବ୍ଲକ ପ୍ରତିନିଧୀ ଭାବେ କାର୍ଯ୍ୟରତ ଥିବା ସାମ୍ବାଦିକ ରାମଚନ୍ଦ୍ର ଶତପଥୀ ମାତାଲ୍‌ ଅବସ୍ଥାରେ ଆସି ସହକାରୀ ଯନ୍ତ୍ରୀଙ୍କ ପରିବାର ଲୋକଙ୍କୁ ଅସଭ୍ୟ ଭାଷାରେ ଗାଲି ଗୁଲଜ କରିବା ସହ ଜୀବନରୁ ମାରି ଦେବାର ହତ୍ୟା ଧମକ ଦେଇଥିବା ନେଇ ଶ୍ରୀ ମହାଲିଙ୍ଗ ଦେଓଗାଁ ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ଏନେଇ ଅଭିଯୁକ୍ତ ସାମ୍ବାଦିକ ରାମଚନ୍ଦ୍ର ଶତପଥୀକୁ ପଚାରିବାରୁ ବିଲ୍‌ ପାଇଁ ଯନ୍ତ୍ରୀଙ୍କ ପାଖକୁ ଯାଇଥିଲି ବୋଲି କହିଥିଲେ । ପ୍ରକାଶ ଥାଉ କି, ଦେଓଗାଁ ବ୍ଳକରେ କାର୍ଯ୍ୟରତ କର୍ମଚାରୀମାନେ ନିଜକୁ ଏବେ ସୁରକ୍ଷିତ ମଣୁ ନାହାନ୍ତି । ଯାହାଫଳରେ ଅଭିଯୁକ୍ତକୁ ଗିରଫ କରିବାକୁ କର୍ମଚାରୀ ମହଳରେ ଦାବୀ ହେଉଛି । ଯଦି ଖୁବ୍‌ ଶୀଘ୍ର ଅଭିଯୁକ୍ତକୁ ଗିରଫ ନ କଲେ ଆଗାମୀ ଦିନରେ ବ୍ଲକ କାର୍ଯ୍ୟାଳୟରେ କଲମ ଛାଡ଼ ଆନ୍ଦୋଳନ ହେବ ବୋଲି କର୍ମଚାରୀ ମହଳରେ ପ୍ରକାଶ ପାଉଛି ।

pc pk
Leave A Reply

Your email address will not be published.