ls

ସମାଜସେବୀ ଯଶୋବନ୍ତ ରଣାଙ୍କ ନିବେଦନ କ୍ରମେ ପ୍ରତ୍ୟୁଷଙ୍କୁ ମିଳିବ ସରକାରୀ ସହାୟତା

sb

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମହାଲିଙ୍ଗ ପଞ୍ଚାୟତ ମହାଲିଙ୍ଗ ଗାଁର ପ୍ରତ୍ୟୁଷ ବାଗ ବାପା ମା’ଙ୍କୁ ହରାଇ ବୃଦ୍ଧ ଅଜା ଆଇଙ୍କ ପାଖରେ ରହୁଛନ୍ତି । ସୂଚନା ଅନୁସାରେ ୪ ବର୍ଷ ତଳେ ତାଙ୍କର ପିତାଙ୍କ ଦେହାନ୍ତ ହୋଇଥିଲା । ୬ ମାସ ତଳେ ତାଙ୍କର ମା’ଙ୍କ ଦେହାନ୍ତ ହେଲା । ପ୍ରତ୍ୟୁଷର ଆଗାମୀ ଭବିଷ୍ୟତ କିପରି ରହିବ ତାହାକୁ ନେଇ ଅଜା ଆଇ ଚିନ୍ତିତ ଥିଲେ । ପ୍ରତ୍ୟୁଷର ପଢ଼ିବାର ବ୍ୟବସ୍ଥା କରିବାକୁ ତାଙ୍କର ଅଜା ଆଇ ନିବେଦନ କରିଥିଲେ । ଏହି ସମସ୍ୟା ବିଷୟରେ ରିପୋର୍ଟର ରାମ କୁମାର ସେନାପତି ସମାଜସେବୀ ଯଶୋବନ୍ତ ରଣାଙ୍କୁ ଜଣାଥିଲେ ଓ ସମସ୍ତ ଡକୁମେଣ୍ଟ ଦେଇଥିଲେ । ଖବର ପାଇଲା ପରେ ଯଶୋବନ୍ତ ରଣା ଏହି ସମସ୍ୟାକୁ କଳାହାଣ୍ଡି ଜିଲ୍ଲାପାଳ ଓ ଶିଶୁ ଶିଶୁ ସୁରକ୍ଷା ୟୁନିଟକୁ ଜଣାଇ ପ୍ରତ୍ୟୁଷକୁ ଥଇଥାନ କରିବା ପାଇଁ ନିବେଦନ କରିଥିଲେ । ଖବର ପାଇଲା ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପହଂଚି ପ୍ରତ୍ୟୁଷକୁ ଉଦ୍ଧାର କରି ତାକୁ ସରକାରଙ୍କ ନିୟମ ଅନୁଯାଇ ସମସ୍ତ ସହାୟତା ଦିଆଯିବାକୁ ପ୍ରତିଶୃତି ଦେଇଥିଲେ । ସରକାରଙ୍କ ନିୟମ ଅନୁଯାଇ ଆଶୀର୍ବାଦ ଯୋଜନାରେ ସାମିଲ କରି ମାସିକ ୨୫ସହ ଟଙ୍କା ଦିଆଯିବ । ତାଙ୍କ ପରିବାରକୁ ଫ୍ରିରେ ଇଲେକ୍ଟ୍ରି ଦେବାକୁ ପ୍ରତିଶୃତି ଦେଇଛନ୍ତି । ଏକ ଘର ମଧ୍ୟ ଦିଆଯିବ ବୋଲି କହିଛନ୍ତି । ସେହିପରି ଅନ୍ୟାନ୍ୟ ସରକାରୀ ସହାୟତା ମଧ୍ୟ ଦିଆଯିବ ବୋଲି ଜିଲ୍ଲାପାଳ ସମାଜସେବୀ ଯଶୋବନ୍ତ ରଣାଙ୍କୁ ସୂଚନା ଦେଇଛନ୍ତି ।

pc pk
Leave A Reply

Your email address will not be published.