om academy

ରାସ୍ତା କଡ଼ରେ ପଡ଼ିଛି ଗଦା ଗଦା ସରକାରୀ ଔଷଧ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚୁଡ଼ାପାଲି ରୁ ବଲାଙ୍ଗିର ଆଡ଼କୁ ଆସୁଥିବା ଏସ୍‌ ଏଚ୍‌ ୪୨ର ଖଗସାବାହାଲ ଛକ ନିକଟ ରାସ୍ତା କଡ଼ରେ ଗଦା ଗଦା ହୋଇ ପଡ଼ିଛି ଆଇରନ୍‌, ଫଲିକ୍‌ ଏସିଡ଼୍‌ ଟେବ୍‌ଲେଟ୍‌ । ଏହା କୌଣସି ଡ଼ାକ୍ତରଖାନାର ଏକ୍ସପାରୀ ମେଡ଼ିସିନ୍‌ ହୋଇପାରେ ବୋଲି ସଂନ୍ଧେୟ କରାଯାଉଛି । ଏବେ ଆଶ୍ଚର୍ଯ୍ୟର ବିଷୟ ଯେ, ଗ୍ରାମାଞ୍ଚଳ ମାନଙ୍କରେ ଲୋକେ ଔଷଧ ନପାଇ ନା ନା ପ୍ରକାର ଅସୁବିଧା ଭୋଗୁଥିବା ବେଳେ ରାସ୍ତା କଡ଼ରେ ଗଦା ଗଦା ଔଷଧ ଲୋକଙ୍କୁ ବିତରଣ କରାନଯାଇ ଫୋପାଡ଼ି ଦିଆଯାଉଛି । ଏଣୁ କେଉଁ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଏସବୁ ଔଷଧ ଲୋକଙ୍କ ପାଇଁ ଉଦ୍ଧିଷ୍ଟ ଏହିସବୁ ଔଷଧ ଲୋକଙ୍କୁ ଦିଆନଯାଇ ରାସ୍ତା କଡ଼ରେ ଫୋପାଡ଼ି ଦିଆଯାଇଛି, ଏହାର ଉଚିତ୍‌ ଅନୁସନ୍ଧାନ କରି ପଦକ୍ଷେପ ନେବାପାଇଁ ସ୍ଥାନିୟ ଲୋକେ ଜିଲ୍ଲାପାଲଙ୍କୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.