ସରକାରୀ ଯୋଜନାରୁ ବଞ୍ଚିତ ପେଟୁ ପୁଞ୍ଜି

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ସରକାର ମାଳ ମାଳ ଯୋଜନା ଉପରେ ଯୋଜନା କରୁଥିବା ବେଳେ ପ୍ରକୃତ ହିତାଧିକାରୀ ସେହି ଯୋଜନାରେ ଉପକୃତ ନହୋଇ ହିତାଧିକାରୀଙ୍କ ପାଖକୁ ପହଞ୍ଚିବା ପୂର୍ବରୁ ଯୋଜନା ବାଟବଣା ହୋଇଯାଉଛି ବୋଲି ଜନ ସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି । ଏହିପରି ଏକ ଦୃଶ୍ୟ ଆଜି ସାମ୍‌ନାକୁ ଆସିଛି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମହରାପଦର ପଂଚାୟତ ବାଘଝରଣ ଗ୍ରାମରେ । ସୂଚନା ଅନୁସାରେ ସେହି ଗ୍ରାମର ପେଟୁ ପୁଞ୍ଜି ତାଙ୍କ ବୟସ ୬୫ରୁ ଅଧିକ ହେବ । ସେ ଆଜି ପର୍ଯ୍ୟନ୍ତ ଆଧାର କାର୍ଡ ଓ ରାସନ କାର୍ଡରୁ ବଞ୍ଚିତ ଅଛନ୍ତି । ସେ ନିଜ ଜମିରେ ହଳ ନଙ୍ଗଳ କରି କିଛି ଧାନ, ଶସ୍ୟ ଫଳାଇ ତାଙ୍କ ପେଟ ପୁରାଉଛନ୍ତି । କିନ୍ତୁ ବର୍ତମାନ ପରିଣତ ବୟସରେ ସେ ଏହି କାମ ପାଇଁ ଅସମର୍ଥ ଅଟନ୍ତି । ତାଙ୍କ ପାଖରେ ରହିବା ପାଇଁ ଘରଟିଏ ମଧ୍ୟ ନାହିଁ । ଗାଁ ସରପଞ୍ଚ ଠାରୁ ନେତା ପର୍ଯ୍ୟନ୍ତ ଯିଏ ଗଲେ ମଧ୍ୟ କେହି ତାଙ୍କ ସମସ୍ୟା ବୁଝୁନଥିବା ସେ କହିଛନ୍ତି । ପେଟୁ ପୁଞ୍ଜିଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.