jayashree

ସରକାରୀ ଜମିକୁ କିଣାବିକା କରୁଥିବା ଅଭିଯୋଗ କରି ତୁର୍‌ଲା ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ତହସିଲ ଅନ୍ତର୍ଗତ ତୁର୍‌ଲା ଗାଁରେ ଥିବା ସରକାରୀ ଜମିକୁ ଚଞ୍ଚକତା କରି କିଛି ଲୋକ ହାତେଇ ନେଇଥିବା ସହିତ ବିକ୍ରି କରୁଥିବା ଅଭିଯୋଗ କରି ଆଜି ସ୍ଥାନୀୟ ଲୋକେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ବିଭାଗୀୟ କାର୍ଯ୍ୟାନୁଷ୍ଟାନ ଦାବୀ କରିଥିଲେ । ଅଭିଯୋଗ ଅନୁସାରେ ତୁର୍‌ଲା ଗାଁର ଏହି ଜମି ସରକାରୀ ଜମି ଓ ଏହା ପତିତ ଜମି ଭାବରେ ସରକାରୀ ଖାତାରେ ଉଲ୍ଲେଖ ଅଛି, ଏହି ଜମିରେ ଗାଁ ଲୋକେ ଖେଳପଡିଆ ସହିତ ମଶାଣି ଭାବରେ ଲୋକେ ବ୍ୟବହାର କରୁଛନ୍ତି । ଏହି ଜମିକୁ କିଛି ବର୍ଷ ପୂର୍ବରୁ କିଛି ଲୋକ ଦଲାଲ ଓ ଅସାଧୁ କର୍ମଚାରୀଙ୍କୁ ହାତ କରି ନିଜ ନାଁରେ କରେଇ ନେବା ସହିତ ବର୍ତ୍ତମାନ ବିକ୍ରି କରୁଛନ୍ତି । ଏହି ଜମିକୁ ଗ୍ରାମବାସୀ ବିଭିନ୍ନ କାମ ଯଥା ଶ୍ମଶାନ, ଖେଳପଡିଆ ଓ ଗାଈ ଚରାଇବା ପାଇଁ ବ୍ୟବହାର କରୁଥିବାରୁ ଏହି ଜମିକୁ ଛାଡ଼ିବେ ନହିଁ ବୋଲି ଜିଦ୍‌ କରିବା ସହିତ ଗ୍ରାମବାସୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କିଛି ଦଲାଲ ଓ ଅସାଧୁ କର୍ମଚାରୀଙ୍କ ମିଳିତ ସହଯୋଗରେ ଏଭଳି ଜମି ହଡପ ହୋଇଥିବାରୁ ଜମିକୁ ପୁଣି ଗାଁର ପତିତ ଜମି ଭାବରେ ଘୋଷଣା କରିବା ସହିତ ଦୋଷୀ ବ୍ୟକ୍ତିଙ୍କ ବିରୂଦ୍ଧରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବାକୁ ଦାବୀ କରି ଗ୍ରାମବାସୀ ବିକ୍ଷୋଭ କରିବା ସହିତ କୌଣସି ପ୍ରକାରେ ଏହି ଜମିକୁ ଦେବେ ନାହିଁ ଓ ଆନ୍ଦୋଳନକୁ ତୀବ୍ରତର କରିବେ ବୋଲି କହିଥିଲେ । ଏ ସମ୍ପର୍କରେ ତହସିଲଦାରଙ୍କୁ ପଚାରିବାରୁ ସେ କହିଥିଲେ ଆରଆଇ ରିପୋର୍ଟ ଅନୁସାରେ ପଦକ୍ଷେପ ନିଆଯିବ ବୋଲି କହିଥିଲେ ।

Leave A Reply

Your email address will not be published.