jayashree

ମୁଖ୍ୟମନ୍ତ୍ରୀଙ୍କ ସରକାରୀ କାର୍ଯ୍ୟକ୍ରମରେ ମିଲର୍ସଙ୍କ ଠାରୁ ଚାନ୍ଦ ସଂଗ୍ରହ : ତେବେ କଟନି ଛଟନି ବନ୍ଦ ହେବ କେମିତି

ବରଗଡ, (ନିରୋଜ କୁମାର ପାଣୀ) : ଗତ ନିର୍ବାଚନ ସମୟରେ ଭାରତୀୟ ଜନତା ପାର୍ଟି ଓଡିଶାର ଚାଷୀମାନଙ୍କୁ ଦେଇଥିବାର ପ୍ରତିଶୃତି ଅନୁଯାୟୀ ପ୍ରତି ଧାନ କ୍ୱିଣ୍ଟାଲ ପିଛା ୮ ଶହ ଟଙ୍କା ଇନପୁଟ ସବସିଡି ପ୍ରଦାନ କରିବା ପର୍ବ ଗତକାଲି ବରଗଡ ଜିଲ୍ଲା ସୋହେଲା ବ୍ଲକ ଇଛାପାଲିଠାରେ ଅନୁଷ୍ଠିତ ହୋଇଯାଇଛି । ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଧାନ ବିକି ଥିବା ଚାଷୀମାନଙ୍କ ଏକାଉଣ୍ଟକୁ ବୋନସ ଟଙ୍କା ପଠାଇଥିଲେ । ୨୦୧୫ ମସିହାରେ ଯେଉଁ ପଡିଆ ପ୍ରତିଧାନ କ୍ୱିଣ୍ଟାଲ ପିଛା ୧ ଶହ ଟଙ୍କା ବୋନସ ଦେବା ପାଇଁ ଘୋଷଣା କରି ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାର ଚାଷୀମାନଙ୍କୁ ପ୍ରତାରିତ କରିଥିବାର ଚର୍ଚ୍ଚା ଚାଳିଥିଲା ସେହି ପଡିଆରୁ ଓଡିଶାର ଚାଷୀମାନଙ୍କୁ ୮ ଶହ ଟଙ୍କା ବୋନସ ପ୍ରଦାନ କରି ସରକାର ନିର୍ବାଚନ ସମୟର ପ୍ରତିଶୃତି ପାଳନ କରିବା ସହ ଏକ ନୂଆଁ ଇତିହାସ ରଚିଲେ ବୋଲି ଆଲୋଚନା ଚାଳିଛି । ବରଗଡ ଜିଲ୍ଲା ସୋହେଲା ବ୍ଲକ ଇଚ୍ଛାପାଲି ଠାରେମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ, ଖାଦ୍ୟ ଯୋଗାଣ ବିଭାଗ ମନ୍ତ୍ରୀ, ରାଜସ୍ୱ ବିଭାଗ ମନ୍ତ୍ରୀ, ସାଂସଦ, ସମସ୍ତ ବିଧାୟକ, ସରକାରୀ ଅଧିକାରୀମାନଙ୍କ ଉପସ୍ଥିତରେ ଏହା ଏକ ବଡଧରଣର ସରକାରୀ କାର୍ଯ୍ୟକ୍ରମ ଥିଲା । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଭୁବନେଶ୍ଵରରୁ ଯୋଗାଣ ବିଭାଗର ବଡ ଅଧିକାରୀ, ଆରଡିସି, ଆଇଜି, ଜିଲ୍ଲାପାଳ ଓ ଜିଲ୍ଲାର ସମସ୍ତ ଅଧିକାରୀ ଗତ କିଛି ଦିନ ତଳେ ବ୍ୟାପକ ପ୍ରସ୍ତୁତି କରିଥିଲେ । ପ୍ରତି ଗ୍ରାମ ପଞ୍ଚାୟତରୁ ଚାଷୀମାନଙ୍କୁ ଇଚ୍ଛାପାଲି ସମାବେଶକୁ ଆଣିବା ପାଇଁ ବସ, ଗାଡି, ମୋଟର ବ୍ୟବସ୍ଥା ସହ ଜଳଖିଆ ମିଲ୍‌ ଖାଇବାର ସମସ୍ତ ପ୍ରକାର ବ୍ୟବସ୍ଥା ସରକାରୀ ପାଣ୍ଠିରେ କରାଯାଇଥିଲା । ସଭାମଞ୍ଚ, ଅତିଥିମାନଙ୍କ ଖାଇବା ଖର୍ଚ୍ଚ ମଧ୍ୟ ସରକାରୀ ଟଙ୍କାରେ ହୋଇଥିଲା । ତେବେ ଏବେ ପ୍ରଶ୍ନ ଉଠୁଛି ମୋହନ ମାଝୀ ମୁଖ୍ୟମନ୍ତ୍ରୀଙ୍କ ଏହି ସଭା ପାଇଁ ବରଗଡ ଜିଲ୍ଲାର ପ୍ରତ୍ୟେକ ମିଲର୍ସମାନଙ୍କ ଠାରୁ ୫ ଲକ୍ଷ ଲେଖାଁଏ ମୋଟ ୧ କୋଟି ଟଙ୍କା ଚାନ୍ଦା ସଂଗ୍ରହ ପଛରେ କିଏ ଖଳ ନାୟକ ? ଜିଲ୍ଲାର କେତେକ ମିଲର୍ସ ଭିତରେ ଏ କଥାକୁ ନେଇ ବ୍ୟାପକ ଚର୍ଚ୍ଚା ଆଲୋଚନା ଚାଳିଛି । ଯଦି ମିଲର୍ସ ସଭା ପାଇଁ ୫ ଲକ୍ଷ ଟଙ୍କାର ଚାନ୍ଦା ଦେବ ତେବେ ଚାଷୀଙ୍କ ଧାନର କଟନି ଛଟନି ବନ୍ଦ ହେବ ତ ? ସଭାରେ ଯଦିଓ ମୁଖ୍ୟମନ୍ତ୍ରୀଙ୍କ ନିଜେ କଟନି ଛଟନି ଚାଳିବ ନାହିଁ ବୋଲି ଘୋଷଣା କଲେ ଅଧିକାଂଶ ମଣ୍ତିରେ ୨ ରୁ ୩ କେଜି ଧାନ କଟନି ଛଟନି ନହେଲେ ମଣ୍ତିରୁ ଧାନ ମିଲର୍ସ ଉଠାଉ ନଥିବାର ଅଭିଯୋଗ ମଧ୍ୟ ଝାରବନ୍ଧ ଡଭା ମଣ୍ତିରୁ ଆସିଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କ ଦଳର ସେପରି ଖଳ ନାୟକ ମାନଙ୍କୁ ଯଦି ସାବାଡ କରି ନ ପାରିବେ ତେବେ ବିଜୁ ଜନତା ଦଳର ସମଦଶା ଓଡିଶାରେ ଭାରତୀୟ ଜନତା ପାର୍ଟି ଭୋଗିବ ବୋଲି ମଧ୍ୟ କେହି କେହି ଚର୍ଚ୍ଚା କରୁଛନ୍ତି । ଆଗକୁ ଆଉ ଗୋଟିଏ ବଡ ଘୋଟାଲାର ସୁରାକ ମଧ୍ୟ ସାମ୍ନାକୁ ଆସୁଛି ତାହା ପ୍ରତି ମଧ୍ୟ ମୁଖ୍ୟମନ୍ତ୍ରୀ ସତର୍କ ହେବା ଉଚିତ । ଏବେ ଏକ କ୍ୱିଣ୍ଟାଲ ଧାନ ମିଙ୍ଗ ପାଇଁ ୨୦ ଟଙ୍କା ମିଲର୍ସମାନେ ସରକାରଙ୍କ ଠାରୁ ପାଉଥିବା ବେଳେ ଓଡିଶା ସରକାର ଏହାକୁ ବଢାଇ ପ୍ରତି କ୍ୱିଣ୍ଟାଲରେ ଅଧିକ ଆଉ ୮୦ ଟଙ୍କା ବୋନସ ଦେବା ବିଷୟରେ ଭିତରି ବୁଝମଣା ଚାଳିଥିବା ଓ ଏଥି ପାଇଁ ମିଲର୍ସମାନଙ୍କ ଭିତରେ ସରକାରୀ ତୋଫା ୧୦ କୋଟି ଟଙ୍କା ଦେବା ପାଇଁ ବ୍ୟବସ୍ଥା ଚାଳିଥିବା ଭିତରି ସୂଚନା ମିଳୁଛି ।

Leave A Reply

Your email address will not be published.