
ଭୂବନେଶ୍ୱର : ଗ୍ରୀଷ୍ମପ୍ରବାହ ଯୋଗୁଁ ବଲାଙ୍ଗିରର ଏକ ସମ୍ଭାବ୍ୟ ମୃତ୍ୟୁ ରିପୋର୍ଟ ଆସିଥିବା କହିଲେ ରାଜସ୍ଵମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି, ଗତ ବର୍ଷ ଅପେକ୍ଷା ସରକାର ଅନେକ ଯତ୍ନବାନ ଅଛନ୍ତି । ଜିରୋ କାଜୁଆଲିଟିକୁ ସରକାର ପ୍ରାଧାନ୍ୟ ଦେଉଛନ୍ତି । ଗ୍ରୀଷ୍ମ ପ୍ରବାହରେ ଗତ ଦିନ ମାନଙ୍କରେ ମୃତ୍ୟୁ ଅଧିକ ଥିଲା । ଗତବର୍ଷ କେବଳ ଝାରସୁଗୁଡ଼ାରୁ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ବଲାଙ୍ଗିର ଜିଲ୍ଲାରୁ ହିଁ ଜଣଙ୍କର ସମ୍ଭାବ୍ୟ ମୃତ୍ୟୁ ହୋଇଥିବା ରିପୋର୍ଟ ଆସିଛି । କିନ୍ତୁ ଅନ୍ୟ ଜିଲ୍ଲାରୁ ଆସିନାହିଁ । ଝଙଚକୁ ଠିକ୍ ଭାବେ ପାଳନ ଓ ସଚେତନ କାରଣରୁ ଏ ପର୍ଯ୍ୟନ୍ତ କୌଣସି ଅଘଟଣ ହୋଇନାହିଁ । ଗ୍ରୀଷ୍ମ ପ୍ରବାହ ପାଇଁ ପ୍ରାକ୍ ପ୍ରସ୍ତୁତି କରାଯାଇଛି ବୋଲି ମନ୍ତ୍ରୀ ପୂଜାରୀ କହିଛନ୍ତି ।