oom

ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ନାକ୍ ସମ୍ବନ୍ଧୀୟ କର୍ମଶାଳା

jsmm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଆଇ. କ୍ୟୁ. ଏ. ସି. ଆନୁକୂଲ୍ୟରେ ନାକ୍ ସମ୍ବନ୍ଧୀୟ କର୍ମଶାଳା ମଙ୍ଗଳବାର ଆୟୋଜିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଅଜୟ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କର୍ମଶାଳାରେ ଉଚ୍ଚଶିକ୍ଷା ବିଭାଗର ଆଞ୍ଚଳିକ ଅଧିକାରୀ ଡ. ସିଦ୍ଧାର୍ଥ ଶଙ୍କର ପାଢ଼ୀ ଯୋଗଦାନ କରି ନାକ୍ ଗ୍ରେଡ଼ର ଆବଶ୍ୟକତା ଓ ଏହା ପ୍ରତ୍ୟେକ ମହାବିଦ୍ୟାଳୟ କାହିଁକି ଲାଭ କରିବା ଉଚିତ, ଏହି ସମ୍ବନ୍ଧରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକାମାନଙ୍କୁ ବୁଝାଇ କହିଥିଲେ । ଏହି କର୍ମଶାଳାରେ ଶଶୀଭୂଷଣ ରଥ ମହାବିଦ୍ୟାଳୟର ପଦାର୍ଥବିଜ୍ଞାନ ବିଭାଗର ସହକାରୀ ଅଧ୍ୟାପକ ଡ. ଭରତଶ୍ରବ ଦାଶ ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରି ନାକ୍ ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିବା ସହ ଅଧ୍ୟାପକ ଅଧ୍ୟାପିକାମାନଙ୍କ ମନରେ ଏହି ସମ୍ବନ୍ଧୀୟ ଥିବା ବିଭିନ୍ନ ସନ୍ଦେହମୋଚନ କରିଥିଲେ । ପଦାର୍ଥବିଜ୍ଞାନ ବିଭାଗର ସହକାରୀ ଅଧ୍ୟାପକ ପ୍ରଦ୍ୟୁମ୍ନ ମଢେଇ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡ. ପିଙ୍କି ରାଣୀ ଦେଇ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମହାବିଦ୍ୟାଳୟର ଆଇ. କ୍ୟୁ. ଏ. ସି. ସଂଯୋଜକ ଡ. ଲକ୍ଷ୍ମୀ ନାରାୟଣ ସାହୁ ମହାବିଦ୍ୟାଳୟର ଆଗାମୀ ନାକ୍ ସମ୍ବନ୍ଧୀୟ କାର୍ଯ୍ୟପନ୍ଥା ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ପରିଶେଷରେ ମହାବିଦ୍ୟାଳୟର ପ୍ରାଣୀବିଜ୍ଞାନର ସହକାରୀ ଅଧ୍ୟାପିକା ରାଜବାଳା ତ୍ରିପାଠୀ ଧନ୍ୟବାଦ୍‌ ଅର୍ପଣ କରିଥିଲେ । ଏହି କର୍ମଶାଳାରେ ମହାବିଦ୍ୟାଳୟର ବିଭିନ୍ନ ବିଭାଗର ସମସ୍ତ କର୍ମଚାରୀ ଯୋଗଦାନ କରି ନାକ୍ ସମ୍ବନ୍ଧରେ ପ୍ରେରିତ ଓ ଉତ୍ସାହିତ ହୋଇଥିଲେ ।

jittmm
Leave A Reply

Your email address will not be published.