
ଭୁବନେଶ୍ୱର, (କେପିଏନ୍ଏସ୍) : ମଇ ଦିବସ ପାଳନ ଅବସରରେ ଶ୍ରମିକଙ୍କ ସର୍ବନିମ୍ନ ଦୈନିକ ମଜୁରୀ ବର୍ଦ୍ଧିତ କରିଛନ୍ତି ରାଜ୍ୟ ସରକାର । ଅଣ କୂଶଳୀ, ଅର୍ଦ୍ଧ କୂଶଳୀ, କୂଶଳୀ ଏବଂ ଉଚ୍ଚ କୂଶଳୀମାନଙ୍କ ସର୍ବନିମ୍ନ ଦୈନିକ ମଜୁରୀ ଯଥାକ୍ରମେ ୩୨୬, ୩୬୭, ୪୧୬ ଏବଂ ୪୭୬ ଟଙ୍କାକୁ ବୃଦ୍ଧି ଘଟିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
