ଶୀତଳଷଷ୍ଠୀ ଉପଲକ୍ଷେ ବଲାଙ୍ଗିର ଜ୍ଞାନୋଦୟ ଏକାଡେମୀ ଦ୍ୱାରା ଥଣ୍ଡା ପାନୀୟ ଜଳ ଓ ସରବତ ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଶୀତଳଷଷ୍ଠୀ ଉପଲକ୍ଷେ ବଲାଙ୍ଗିର ଜ୍ଞାନୋଦୟ ଏକାଡେମୀ ଦ୍ୱାରା ଥଣ୍ଡା ପାନୀୟ ଜଳ ଓ ସରବତ ବଣ୍ଟନ କରାଯାଇଛି । ଚଳିତ ବର୍ଷ ବଲାଙ୍ଗିରରେ ପାଳିତ ହେଉଥିବା ଶୀତଳଷଷ୍ଠୀ ତଥା ଶିବ ବିବାହରେ ଅନେକ ପର୍ଯ୍ୟଟକ ମଜା ନେଉଥିବା ବେଳେ ଶିବ ଏବଂ ପାର୍ବତୀଙ୍କ ବିବାହ ଶେଷ ପର୍ଯ୍ୟାୟରେ ଉପନୀତ ହୋଇଛି । ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁଙ୍କ ପାଇଁ ଜ୍ଞାନୋଦୟ ଏକାଡେମୀର ଶିକ୍ଷକ ଶିକ୍ଷୟତ୍ରୀ ତଥା ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଥଣ୍ଡା ପାନୀୟ ଜଳ ଓ ସରବତ ବଣ୍ଟନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଜ୍ଞାନୋଦୟ ଏକାଡେମୀ ଅଧ୍ୟକ୍ଷ ନୀଳକଣ୍ଠ ବହିଦାର, ନିର୍ଦ୍ଦେଶକ ନିରୋଜ ମିଶ୍ର, ଉପଦେଷ୍ଟା ଚୂଡାମଣି, ଜଗବଳିଆ, ଚନ୍ଦନ, ଅଭିଜିତା, ଅଂଶୁମାନ, ବିକାଶ, ରୁକ୍ମଣୀ ପ୍ରମୁଖ ଯୋଗଦାନ କରି ଶିକ୍ଷକ ଶିକ୍ଷୟତ୍ରୀ ତଥା ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହ ପ୍ରଦାନ କରିଥିଲେ ।

Leave A Reply

Your email address will not be published.

error: Content is protected !!