lika

ଇନଫିନାଇଟ ଲଭ୍ ଏକାଡେମୀ ତରଫରୁ ସର୍ବତ ବଣ୍ଟନ

gbag

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଇନଫିନାଇଟ ଲଭ୍ ଏକାଡେମୀ ତରଫରୁ ଉତ୍କଳ ଦିବସ ପାଳନ ଓ ବାସନ୍ତୀ ପୂଜା ଉପଲକ୍ଷେ ସେକ୍ଟର ୨୦ ଛକଠାରେ ପଣା ବଣ୍ଟନ କରାଯାଇଥିଲା । ଅନୁଷ୍ଠାନର ସଭାପତି ମମତା ମହାନ୍ତିଙ୍କ ଅଧ୍ୟକ୍ଷତା ଓ ଆବାହକ ବିଜୟ କୁମାର ଦାସଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶତାଧିକ ପଥଚାରୀଙ୍କ ଟଙ୍କ ତୋରାଣି, ସ୍କ୍ବାସ, ଲେମ୍ବୁପାଣି, ଦହିପଣା ଆଦି ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୀନାକ୍ଷୀ ପାଢ଼ୀ, ଲୁଶି ଦାଶ, ମଇନା ମାଝୀ, କାମିନୀ ମହନ୍ତ, ମୋନାଲିସା ଗୈାଡ, ବିଶ୍ୱଜିତ ରାଉତ, ଅନୁସୂୟା ବାରିକ, ଗାୟତ୍ରୀ ମହାନ୍ତି, ଅନନ୍ତ ନାରାୟଣ ମହାନ୍ତି, ପୁଷ୍ପିତା ନାୟକ, ପୁଷ୍ପାଞ୍ଜଳି ସାହୁ, ସ୍ନିଗ୍ଧାରାଣୀ ଦାସ, ମନୋରମା ରାଉତ, ନିରଞ୍ଜନ ପ୍ରଧାନ, ମହେଶ ଅଗ୍ରୱାଲ, ଇତିଶ୍ରୀ ଦାସ, ସୈାମ୍ୟା ମହାନ୍ତି, ତାନ୍ୟା ମହାନ୍ତି, ମଧୁଲିତା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସଭାପତି ଶ୍ରୀମତୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

babaa
Leave A Reply

Your email address will not be published.