ଶୀତଳଷଷ୍ଠୀ ଉପଲକ୍ଷେ ବଲାଙ୍ଗିର ଜେଏସ୍‌ଏମ୍ କଲେଜ ଦ୍ୱାରା ଥଣ୍ଡା ପାନୀୟ ଜଳ ବା ସରବତ ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବଲାଙ୍ଗିରରେ ପାଳିତ ହେଉଛି ଶୀତଳଷଷ୍ଠୀ ତଥା ଶିବ ବିବାହ । ଅନେକ ପର୍ଯ୍ୟଟକ ମଜା ନେଉଥିବା ବେଳେ ଶିବ ଏବଂ ପାର୍ବତୀଙ୍କ ବିବାହ ଶେଷ ପର୍ଯ୍ୟାୟରେ ଉପନୀତ ହୋଇଛି । ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁଙ୍କ ପାଇଁ ଜେଏସ୍‌ଏମ୍‌ କଲେଜର ଶିକ୍ଷକ ଶିକ୍ଷୟତ୍ରୀ ତଥା ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଥଣ୍ଡା ପାନୀୟ ଜଳ ବା ସରବତ ବଣ୍ଟନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଜେଏସ୍‌ଏମ୍‌ ଜଲେଜର ଅଧ୍ୟକ୍ଷ ସି.ଏ ଶ୍ରୀକାନ୍ତ ଶର୍ମା, ନିର୍ଦ୍ଦେଶକା ଶ୍ରୀମତୀ ସୁମନ ଶର୍ମା ଏବଂ ଉପଦେଷ୍ଟା ମନୋରଞ୍ଜନ ସାହୁ ଯୋଗଦାନ କରି ଶିକ୍ଷକ ଶିକ୍ଷୟତ୍ରୀ ତଥା ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହ ପ୍ରଦାନ କରିଥିଲେ ।

Leave A Reply

Your email address will not be published.

error: Content is protected !!