oom

ନାଚିନ୍ଦାରେ ସରବତ ବିତରଣ କାର୍ଯ୍ୟକ୍ରମ

jsmm

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ନାଚିନ୍ଦା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମଙ୍ଗଳଚଣ୍ଡି ମନ୍ଦିରଠାରେ ସ୍ୱେଛାସେବୀ ଯୁବକ ପଣ୍ଡିତ ଗଜାନନ ମହାପାତ୍ର, ଉତ୍ତମ ମହାନ୍ତି ଏବଂ ଜୟଦେବ ଦାସଙ୍କ ନେତୃତ୍ୱରେ ସରବତ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରବଳ ଖରା ଏବଂ ଗୁଳୁଗୁଳିକୁ ଆଖିଆଗରେ ରଖି ରାସ୍ତାଦେଇ ଯାଉଥିବା ପଥଚାରୀ ମାନଙ୍କୁ ଥଣ୍ଡା ଘୋଳ ଦହି ଏବଂ ଲେମ୍ବୁସରବତ ପ୍ରଦାନ କରାଯାଇଥିଲା । ଲୋକମାନେ ସରବତ ପିଇ ସ୍ୱେଛାସେବୀ ଯୁବକମାନଙ୍କ ମହାନ ସେବାକୁ ପ୍ରଶଂସା କରିଥିଲେ । ଏଥିରେ କମଳାକାନ୍ତ ବେହେରା, ସୁଶିଲ ଚନ୍ଦ, ଆନନ୍ଦ ଚନ୍ଦ, ବଂଶୀଧର ପାତ୍ର, ବନବିହାରୀ ଗାଣ, ରାଜେନ୍ଦ୍ର ବଣ, ରଞ୍ଜନ ଦାସ, ସାଇରାମ ମହାପାତ୍ର, ଚନ୍ଦନ ପାତ୍ର, ତରୁଣ ଚନ୍ଦ, ଦୀପକ ଗାଣ, ପ୍ରଦୀପ ପାତ୍ର, ସୂର୍ଯ୍ୟକାନ୍ତ ବେହେରା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.