ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ୧୫୦ ଚାଷୀଙ୍କୁ ୟୁରିଆ ସାର ବଂଟନ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ୟୁରିଆ ସାରର କୁତ୍ରିମ ଅଭାବ ଦେଖାଦେଇଛି । ଫଳରେ ଚାଷୀ କଲାବଜାରୀଙ୍କଠାରୁ ଚଢାଦରରେ ସାର କିଣୁଛନ୍ତି । ଏପରିକି ସାର ପାଇଁ ଚାଷୀ ରାଜରାସ୍ତାକୁ ଓହ୍ଲାଇଛନ୍ତି । ତେଣୁ ଉକ୍ତ ୟୁରିଆ ସାରକୁ ଚାଷୀଙ୍କ ପାଖରେ ଠିକ ଭାବରେ ପହଂଚାଇବାର ଲକ୍ଷ୍ୟ ନେଇ ଲୋଇସିଂହା ବ୍ଲକ କୃଷି ବିଭାଗ ପକ୍ଷରୁ ଫଟାବାହାଲ ଗ୍ରାମରେ ୧୫୦ ଜଣ ଚାଷୀଙ୍କୁ ୟୁରିଆ ସାର ବଂଟନ କରାଯାଇଛି । ସୂଚନା ଅନୁଯାୟୀ, ଫଟାବାହଲ ଗ୍ରାମର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଓ ଲୋଇସିଂହା ବ୍ଲକ ସହକାରୀ କୃଷି ଅଧିକାରୀ ସୁଶୀଳ କୁମାର ସେଠୀଙ୍କ ଉପସ୍ଥିତିରେ ଲାଇସେନ୍ସପ୍ରାପ୍ତ ବେସରକାରୀ ସାର ବିକ୍ରେତା ଗୌରହରୀ ମିଶ୍ରଙ୍କ ଦୋକାନରେ ସାର ବିକ୍ରୟ କରାଯାଇଛି । ଏଥିରେ ଅଂଚଳର ୧୫୦ ଜଣ ଚାଷୀଙ୍କୁ ବସ୍ତା ପ୍ରତି ୨୬୫ଟଙ୍କା ଦରରେ ୟୁରିଆ ସାର ଯୋଗାଇ ଦିଆଯାଇଛି । ଚାଷୀ ଆଦସାର କାର୍ଡ ମାଧ୍ୟମରେ ପରିଚୟ ପତ୍ର ଦେଖାଇ ସାର ନେଇଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ କୃଷି ଅଧିଦର୍ଶକ ଯବଦୁ ବାଗ, ଏଟିଏମ ଶିବାନନ୍ଦ ସାହୁ, ଜିଲ୍ଲା ରାସାୟନିକ ସଂଘ ସଭାପତି ନକୁଳ ମେର୍ଲି ପ୍ରମୁଖ ।

Leave A Reply

Your email address will not be published.