ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଭରସୁଜା ସ୍ଥିତ ବିଶ୍ବରଂଜନ ପାତ୍ରଙ୍କ ସାର ଦୋକାନରେ କୃଷି ଓ ରାଜସ୍ୱ ବିଭାଗ ମିଳିତ ଚଢ଼ାଉ କରିଥିବା ଜଣାଯାଇଛି । ଦୋକାନୀ ଜଣକ ସାର ଓ କୀଟନାଶକ ବିକ୍ରି କରିବା ନେଇ ଆବଶ୍ୟକ କାଗଜପତ୍ର ଦେଖାଇ ନ ପାରିବାରୁ ଆଗଲପୁର ତହସିଲଦାର ତଥା ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା ସରୋଜା ବେହେରାଙ୍କ ଉପସ୍ଥିତିରେ ଦୋକାନକୁ ସିଲ୍ କରି ଦିଆଯାଇଛି । ଏଥିସହିତ ଦୋକାନରେ ମହଜୁଦ ଥିବା ସାମଗ୍ରୀ ଗୁଡ଼ିକ ନକଲି ହୋଇଥିବା ସନ୍ଦେହ କରି ନମୁନା ପରୀକ୍ଷଣ ପାଇଁ ପଠା ଯାଇଥିବା ଆଗଲପୁର ବ୍ଲକ କୃଷି ଅଧିକାରୀ ଆଶିଷ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଭରସୁଜାର ସାର ଦୋକାନୀ ବିଶ୍ବରଂଜନ ପାତ୍ର ଗତ କୋଡ଼ିଏ ବର୍ଷରୁ ଅଧିକ ସମୟ ଧରି ବିନା କାଗଜାତରେ ଚଢ଼ାଦରରେ ସାର ଓ କୀଟନାଶକ ବିକ୍ରି କରୁଥିବା ନେଇ ଅଭିଯୋଗ ହେବା ପରେ କୃଷି ବିଭାଗ ଚଢ଼ାଉ କରିଥିଲା ।