ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଦ୍ୟାଭାରତୀ ନିର୍ଦ୍ଦେଶନାରେ ଶିକ୍ଷା ବିକାଶ ସମିତିଙ୍କ ଆନୁକୂଲ୍ୟରେ ଶନିବାର ଛତ୍ରପୁର ଶ୍ରୀରାମନଗରରେ ଅବସ୍ଥାପିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ “ସପ୍ତଶକ୍ତି ସଙ୍ଗମ” ଆୟୋଜିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଛତ୍ରପୁର ଏନ୍.ଏ.ସି. ଅଧ୍ୟକ୍ଷା ଶ୍ରୀମତୀ ଶର୍ମିଷ୍ଠା ପ୍ରଧାନ, ସମାଜସେବୀ ଶ୍ରୀମତୀ ରଞ୍ଜନା ମିଶ୍ର, ଶ୍ରୀମତୀ ଇନ୍ଦିରା ପଟ୍ଟନାୟକ, ପରିଚାଳନା କମିଟିର ସଦସ୍ୟା ସୁନୀତା ସେଠୀ ଦୀପ ପ୍ରଜ୍ଜ୍ୱଳନ କରିଥିଲେ । ମୁଖ୍ୟବକ୍ତା ଭାବେ ଶିଶୁ ବାଟିକା ପ୍ରମୁଖ ବି.ସୁଶିଳା କୁମାରୀ ନାରୀ ମଧ୍ୟରେ ଥିବା କୀର୍ତ୍ତି ଶ୍ରୀ ବାକ୍ ସ୍ମୃତି ମେଧା ଧୃତି କ୍ଷମା ମେଧା ସପ୍ତଶକ୍ତିର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଶିଶୁଭଉଣୀଙ୍କ ଦ୍ୱାରା ମହିୟସୀ ମହିଳାଙ୍କ ବାର୍ତ୍ତା ଦିଆଯାଇଥିଲା । ଶ୍ରୀମତୀ ରୀନା ପ୍ରଧାନ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ । ଚୟନୀତ ମହିଳାଙ୍କୁ ପୁରସ୍କୃତ ଓ ସଂସ୍କୃତିଜ୍ଞାନ ପ୍ରଶ୍ନମଞ୍ଚ ହୋଇଥିଲା । ଶ୍ରୀମତୀ ରୀନା ପ୍ରଧାନ ଆଶୀର୍ବଚନ ସହ ଧନ୍ୟବାଦ ଅର୍ପଣ କରିଥିଲେ ।