ଓଡିଶା ରାଜ୍ୟ ବିଦ୍ୟାଳୟ ସମୂହ କରାଟେ ପ୍ରତିଯୋଗିତାରେ ବଲାଙ୍ଗିର ଜିଲ୍ଲାର ସଫଳତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : କନ୍ଧମାଳ ଜିଲ୍ଲା ଫୁଲବାଣୀର ସ୍ଥାନୀୟ ପବ୍ଲିକ ସ୍କୁଲ ଠାରେ ୬୯ତମ ଓଡିଶା ରାଜ୍ୟ ବିଦ୍ୟାଳୟ ସମୂହ କରାଟେ ପ୍ରତିଯୋଗିତା-୨୦୨୫ ଉଦ୍‌ଯାପିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ସମୂହ ସିଲେକ୍‌ସନ ଟ୍ରାଏଲ ଗତ ୨୦ ତାରିଖ ଅକ୍ଟୋବର ଗାନ୍ଧୀ ଷ୍ଟାଡିୟମ ଠାରେ ଥିବା ବଲାଙ୍ଗିର କରାଟେ ସ୍କୁଲ ଠାରେ ଆୟୋଜିତ ହୋଇଥିଲା । ଏଥିରେ ଜିଲ୍ଲାର ଅନେକ ସ୍କୁଲର ବାଳିକା ଓ ବାଳକ ବିଭିନ୍ନ ବର୍ଗରେ ଭାଗ ନେଇଥିଲେ । ଏଥିରେ ୧୦ ଜଣ ବାଳିକା ଏବଂ ୧୦ ଜଣ ବାଳକ ମୋଟ ୨୦ ଜଣ ଖେଳାଳି ଚୟନ ହୋଇ ୨୩ ଅକ୍ଟୋବର ପ୍ରଶିକ୍ଷକ ଚନ୍ଦ୍ରଶେଖର ସେଠ ଓ ମ୍ୟାନେଜର ସୁଶୀଳା ବିଶ୍ୱାଳ ଓ ରାଜ୍ୟ କରାଟେ ସଂଘ ତରଫରୁ ମନୋନୀତ ହୋଇଥିବା ରାଜ୍ୟ ରେଫେରୀ ଭାବରେ ହୃଦୟ ଶବର ଏବଂ ସୁରେଶ ଚନ୍ଦ୍ର ଜାଲ କରାଟେକାମାନଙ୍କ ସହିତ ଫୁଲବାଣୀ ଅଭିମୁଖେ ଗସ୍ତ କରିଥିଲେ । ପ୍ରତିଯୋଗିତା ୨୩ରୁ ୨୫ ଅକ୍ଟୋବର ତିନି ଦିନ ଧରି ଆୟୋଜିତ ହୋଇଥିବା ବେଳେ ୧୪ ଜଣ ଦେଦୁର୍ଗା ପ୍ରସାଦ ସାହୁ, ରୋହିତ ପ୍ରଧାନ, ଅଶୁଂମାନ ପୃଷ୍ଟି, ସ୍ୱପନିଲ ଅମାତ, ରମ୍ୟ ରମନ ଭୋଇ, କ୍ରିଷ୍ଣା ନାଏକ, ମନିଷ ନାଗ, ରୋଶନ ସେଠ, ପ୍ରତିଭା ରଣା, ପ୍ରାଚୀ ବେହେରା, ବୈଷ୍ଣବୀ ଜାଲ, ଅର୍ଚ୍ଚିତା ଡାଙ୍ଗ, ଅଭିପ୍‌ଶା ହୋତା ଏବଂ ଆରାଧ୍ୟା ଦିବ୍ୟାରାଣୀ ସାହୁ ସ୍ୱର୍ଣ୍ଣପଦକ, ୪ ଜଣ ଲୋକେଶ ବାଗ, ଅଭିଷେକ ସାହୁ, ଜସ୍ମିନ ସାହୁ ଓ ଶ୍ରୀୟା ସାହୁ ରେରୌପ୍ୟ ପଦକ ପାଇଥିଲେ । ସେହିପରି ପ୍ରତିଭା ଛତ୍ରିଆ ଓ ମଧୁସ୍ମିତା ନାଗ ୨ ଜଣ କାଂସ୍ୟ ପଦକ ହାସଲ କରି ଜିଲ୍ଲାକୁ ଗେଗୌରାବନ୍ୱିତ କରିଥିବା ବେଳେ ଖେଳାଳିମାନଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ, ସହକାରୀ ଶିକ୍ଷା ଅଧିକାରୀ ସେବାଶ୍ରୀ ଭୋଇ, ରିନା କୁମାରୀ ବେହେରା, ଜିଲ୍ଲା ଶାରିରୀକ ଶିକ୍ଷା ଅଧିକାରୀ ପ୍ରଦୀପ ପାତ୍ର ଓ ଅନ୍ୟ ଶାରିରୀକ ଶିକ୍ଷକ, ଅଭିଭାବକ ଉପସ୍ଥିତ ହୋଇ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହ କରାଟେକା ମାନଙ୍କୁ ଉତ୍ସାହିତ କରିଥିଲେ ।

Leave A Reply

Your email address will not be published.