ପ୍ରଜ୍ଞାନ ମିଶନ ତରଫରୁ ଆୟୋଜିତ ହୋଇଥିବା ଗୀତା ଆବୃତ୍ତି ପ୍ରତିଯୋଗିତାରେ ଟିଟିଲାଗଡ଼ ଓମଭେଲି ସ୍କୁଲର ଛାତ୍ରଛାତ୍ରୀମାନଙ୍କ ସଫଳତା
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଜି ଟିଟିଲାଗଡ଼ର ବାଳିକା ଉଚ୍ଚ ବିଦ୍ୟାଳୟରେ ପ୍ରଜ୍ଞାନ ମିଶନ ତରଫରୁ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାର ବିଷୟ ଥିଲା ପଞ୍ଚମ ଅଧ୍ୟାୟ, କର୍ମ ସନ୍ନ୍ୟାସ ଯୋଗ ଉପରେ ଗୀତା ଆବୃତ୍ତି କରିବା । ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାରେ ଓମଭେଲି ସ୍କୁଲରୁ ପ୍ରଥମ ସ୍ତରରେ ଦ୍ୱିତୀୟରୁ ପଞ୍ଚମ, ଶ୍ରେଣୀ ଦ୍ୱିତୀୟ ସ୍ତରରେ ଷଷ୍ଠରୁ ଅଷ୍ଟମ ଓ ତୃତୀୟ ସ୍ତରରେ ନବମରୁ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାରେ ପ୍ରଥମ ସ୍ତରରେ ପ୍ରଥମ ପୁରସ୍କାର ପଞ୍ଚମ ଶ୍ରେଣୀର ଛାତ୍ରୀ ଅବନ୍ତିକା ଶର୍ମା, ଦ୍ୱିତୀୟ ପୁରସ୍କାର ଚତୁର୍ଥ ଶ୍ରେଣୀର ଛାତ୍ରୀ ହର୍ଷିତା ମାହାତୋ, ତୃତୀୟ ପୁରସ୍କାର ପଞ୍ଚମ ଶ୍ରେଣୀର ଛାତ୍ରୀ ଫ୍ରାନସି ପଧାନ ଏବଂ ତୃତୀୟ ସ୍ତରରେ ତୃତୀୟ ପୁରସ୍କାର ଦଶମ ଶ୍ରେଣୀର ଛାତ୍ରୀ ଆହାନା କମାନିଙ୍କୁ ପ୍ରଦାନ କରାଯାଇଥିଲା । ଏହି ସଫଳତା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟର ସଭାପତି ଲାୟନ ଦୀପକ କୁମାର ସାହୁ, ପରିଚାଳନା ନିର୍ଦ୍ଦେଶିକା ବିଭାରାଜ ଗୁପ୍ତା, ମୁଖ୍ୟ ଉପଦେଷ୍ଟା ଡ. ରବିନ ଚନ୍ଦ୍ର ପରମାଣିକ, ବିଦ୍ୟାଳୟର ଅଧ୍ୟକ୍ଷ ଏମ୍. ନାଗା ମାଲେଶ୍ଵର ରାଓ ଅଭିନନ୍ଦନ ଜଣାଇଛନ୍ତି ।