oom

ଜାତୀୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତାରେ ବଲାଙ୍ଗିରର ସଫଳତା

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ଜାନୁୟାରୀ ୩ରୁ ୫ ତାରିଖ ପର୍ଯ୍ୟନ୍ତ ଛତିଶଗଡ ରାଜ୍ୟର ରାଜଧାନୀ ରାୟପୁର ଠାରେ ଅନୁଷ୍ଠିତ ହୋଇଯାଇଥିବା ଜାତୀୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତାରେ ଓଡିଶା ଦଳ ଚମ୍ପିୟାନ ଦଳ ଭାବରେ ପୁରସ୍କୃତ ହୋଇଛନ୍ତି । ଏହି ଚମ୍ପିୟାନ ଦଳରେ ବଲାଙ୍ଗିର ଜିଲ୍ଲାର ପ୍ରତିଯୋଗିମାନେ ଜୁନିୟର, ସିନିୟର ବିଭାଗର ସମସ୍ତ ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ଲାଭ କରି ବଲାଙ୍ଗିରକୁ ଗର୍ବିତ କରିଛନ୍ତି । ତା’ଛଡା ବଲାଙ୍ଗିରର ପ୍ରଶାନ୍ତ ଦାଶ ବେଞ୍ଚ ପ୍ରେସ୍‌ରେ ଓ ଆଲୋକ ସାଗର ଡେଡ୍‌ଲିଫ୍ଟରେ ଷ୍ଟ୍ରଙ୍ଗମ୍ୟାନ୍‌ ଭାବରେ ବିବେଚିତ ହୋଇଛନ୍ତି । ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟରୁ ପ୍ରାୟ ୨୫୦ଜଣ ପ୍ରତିଯୋଗୀ ଉଭୟ ପୁରୁଷ ଓ ମହିଳା ଭାଗ ନେଇଥିଲେ । ବଲାଙ୍ଗିର ଜିଲ୍ଲାରୁ ୧୪ ଜଣ ଭାଗ ନେଇ ସମସ୍ତେ ସ୍ୱର୍ଣ୍ଣପଦକ ସହ ଦୁଇ ଜଣ ଷ୍ଟ୍ରଙ୍ଗମ୍ୟାନ୍‌ର ଆଖ୍ୟା ମଧ୍ୟ ପାଇଛନ୍ତି । ଭାଗ ନେଇଥିବା ପ୍ରତିଯୋଗୀମାନେ ହେଲେ ସାଗରିକା ପାଢୀ ୫୩ କେଜି (ଜୁନିୟର)ରେ ସ୍ୱର୍ଣ୍ଣ, କୁଦରତ ନାଗ ୬୨ କେଜି (ଜୁନିୟର) ସ୍ୱର୍ଣ୍ଣ, ଉପେନ୍ଦ୍ର ମେହେର ୬୨ କେଜି (ସିନିୟର) ସ୍ୱର୍ଣ୍ଣ, ବିକାଶ ପଟେଲ ୬୯ କେଜି (ସବ୍‌ ଜୁନିୟର) ସ୍ୱର୍ଣ୍ଣ, ଘନଶ୍ୟାମ ଦେହେରୀ ୬୯ କେଜି (ସିନିୟର) ସ୍ୱର୍ଣ୍ଣ,ଟଙ୍କଧର ଦେହେରୀ ୬୯ କେଜି (ସିନିୟର) ରୌପ୍ୟ, ବେଞ୍ଚ ପ୍ରେସରେ ରୌପ୍ୟ, ଥଳମଣି ଦେହେରୀ ୬୯ କେଜି (ସବ୍‌ ଜୁନିୟର) ସ୍ୱର୍ଣ୍ଣ, ଏମ୍‌.ଡି.ଅଲି ରାଜା ୮୪ କେଜି (ସିନିୟର) ବେଞ୍ଚ ପ୍ରେସରେ ରୌପ୍ୟ, ସଂବିତ୍‌ ବଗର୍ତ୍ତୀ ୮୪ କେଜି (ଜୁନିୟର) ଡେଡଲିଫ୍ଟରେ ସ୍ୱର୍ଣ୍ଣ, ପ୍ରଶାନ୍ତ ଦାଶ ୮୪ କେଜି (ସିନୟର) ବେଞ୍ଚ ପ୍ରେସରେ ସ୍ୱର୍ଣ୍ଣ, ଆଲୋକ ସାଗର ୭୭ କେଜି (ସିନିୟର) ଡେଡଲିଫ୍ଟରେ ସ୍ୱର୍ଣ୍ଣ, ଦିବ୍ୟ ବଗର୍ତ୍ତୀ ୭୭ କେଜି (ଜୁନିୟର) ଡେଡଲିଫ୍ଟରେ କାଂସ୍ୟ, ତାଳଧ୍ୱଜ ସାହୁ ୯୪ କେଜି (ସିନିୟର) ବେଞ୍ଚ ପ୍ରେସରେ ସ୍ୱର୍ଣ୍ଣ ଓ ଡେଡଲିଫ୍ଟରେ ରୌପ୍ୟ, ସ୍ୱୟମ ସ୍ୱାଗତ ସେଠ ୧୦୫ କେଜି (ଜୁନିୟର), ବେଞ୍ଚ ପ୍ରେସରେ ରୌପ୍ୟ ଓ ଡେଡ୍‌ଲିଫ୍ଟରେ ସ୍ୱର୍ଣ୍ଣ, ସଂଜୀବ ରଥ ୧୦୫ କେଜି (ଜୁନିୟର) ବେଞ୍ଚ ପ୍ରେସରେ ସ୍ୱର୍ଣ୍ଣ, ଆଭାସ ଗୁପ୍ତା ୯୫ କେଜି ବେଞ୍ଚ ପ୍ରେସରେ ରୌପ୍ୟ ଓ ଡେଡଲିଫ୍ଟରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଓଡିଶା ଟିମ୍‌କୁ ବଲାଙ୍ଗିରର ପ୍ରଶାନ୍ତ ଦାଶଙ୍କ ତତ୍ୱାବଧାନରେ ଏହି ସଫଳତା ହାସଲ ହୋଇଥିଲା । ବଲାଙ୍ଗିରର ପ୍ରତିଯୋଗୀଙ୍କ ଏହି ଜାତୀୟ ସ୍ତରୀୟ ସଫଳତାରେ ବଲାଙ୍ଗିର ଶକ୍ତି ଉତ୍ତୋଳନ ସଂଘ ତରଫରୁ ଉପଦେଷ୍ଟା ରୂପକ ବରାଳ, ସଭାପତି ପ୍ରଶାନ୍ତ ମଟାରୀ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି ।

jittmm
Leave A Reply

Your email address will not be published.