oom

ପାର୍ବଣ ଋତୁରେ ବଲାଙ୍ଗିର ପୋଲିସକୁ ବଡ଼ ସଫଳତା

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୋଲିସକୁ ମିଳିଛି ବଡ଼ ସଫଳତା । ଗୋଟିଏ ଗ୍ୟାଙ୍ଗକୁ ଧରୁ ଧରୁ ଆଉ ଏକ ଏକ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ବଲାଙ୍ଗିର ପୋଲିସ । ଗୋଟିଏ ଗ୍ୟାଙ୍ଗ ଡ଼କାୟତି ଯୋଜନା କରୁଥିବା ବେଳେ ଆଉ ଏକ ଗ୍ୟାଙ୍ଗ କଫ ସିରଫ୍‌ ବିକ୍ରି କରୁଥିଲେ । ତେବେ ଏହି ଘଟଣାକୁ ନେଇ ଖୋଦ୍‌ ବଲାଙ୍ଗିର ଏସ୍‌ଡ଼ିପିଓ ପ୍ରଦୀପ ସାହୁ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ଏସ୍‌ଡ଼ିପିଓ ଶ୍ରୀ ସାହୁଙ୍କ ସୂଚନା ଅନୁସାରେ, ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ମାଧିଆପାଲି ତଥା ଖଇରପାଲି ରାସ୍ତାର ଏକ ନିଛାଟିଆ ସ୍ଥାନରେ ୬ ଜଣ ଡ଼କାୟତ ମିଶି ସହରରରେ ବଡ଼ ଧରଣର ଡ଼କାୟତି କରିବାର ଯୋଜନା କରୁଥିଲେ । ବଲାଙ୍ଗିର ପୋଲିସ କୌଣସି ସୂତ୍ରରୁ ଖବର ପାଇ ଘଟଣାସ୍ଥଳରେ ଚଢାଉ କରି ଡ଼କାୟତି ଯୋଜନା ପଣ୍ଡ କରି ସେମାନଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ବନ୍ଧୁକ ସହ ବିଭିନ୍ନ ଗୁଡ଼ାଏ ମାରଣାସ୍ତ୍ର ଜବତ କରିବାରେ ସଫଳ ହୋଇଥିଲା ବଲାଙ୍ଗିର ପୋଲିସ । ଖାଲି ଏତିକିରେ ସରିନି ବଲାଙ୍ଗିର ପୋଲିସ ଗିରଫ ୬ ଜଣଙ୍କୁ ଥାନାକୁ ଆଣି ପୁଣି ତନ୍ନତନ୍ନ କରି ପଚରା ଉଚୁରା କଲା ପରେ ଗିରଫ ୬ଜଣ ବଲାଙ୍ଗିର ପୋଲିସକୁ ଆଉ ଏକ ଗ୍ୟାଙ୍ଗର ସୂଚନା ଦେଇଥିଲେ । ବଲାଙ୍ଗିର ପୋଲିସ ଘଟଣାକୁ ଗୁରୁତ୍ୱର ସହ ନେଇ ମଠଖାଇ ଛକ ନିକଟରେ ଚଢାଉ କରଥିଲା ଓ ୪ ଜଣ କପ ସିରଫ ବେପାରୀଙ୍କୁ ଗିରଫ କରି ତାଙ୍କ ନିକଟରୁ ପାଖାପାଖି ୧୫୦ ବୋତଲ କଫ୍‌ ସିରଫ୍‌ ଓ ଗୋଟିଏ ବୋଲେରୋ ଗାଡ଼ିକୁ ଜବତ କରିଥିଲା । ଗିରଫ ୬ ଜଣ ଡ଼କାୟତ ମାନେ ହେଲେ ବରପାଲି ପଡ଼ାର ରାକେଶ ପ୍ରଧାନ (୨୧), ଆମ୍ବପାଲି ପଡ଼ାର ଧୀରଜ ବାଗ (୨୪), ବିଭୁତିପଡ଼ାର ରାଜ ଓରଫ ଓମ୍‌ ସ୍ୱାଇଁ (୨୧), ମାଧିଆପାଲିର ଅବିନାଶ ବାଗ ଓରଫ ଲାଲୁ (୨୮), ବିଷ୍ଣୁ ମହାନନ୍ଦ (୩୨) ଏବଂ ଧୀରେନ ନାଗ (୨୮) ହୋଇଥିବା ବେଳେ ଗିରଫ ୪ ଜଣ କଫ୍‌ ସିରଫ ବେପାରୀ ମାନେ ହେଲେ, ଖର୍ସେଲ ପଡ଼ାର ଟୁଲୁ ସେଠ୍‌ (୩୨), ସନ୍ଧିଯୋରର ଡ଼୍ରାଇଭର ସୁର୍ଦଶନ ବାଗ, ଭରତ ବାହାଲର ରୋଶନ ଓରଫ ରୁଦ୍ର ନାଏକ (୨୨) ଏବଂ ମାଧିଆପାଲିର ବିଜୟ ଓ ଓରଫ ବିଜେ ବାରିକ (୨୬)କୁ ପୋଲିସ ଗିରଫ କରିଥିବା ନେଇ ବଲାଙ୍ଗିର ଏସ୍‌ଡ଼ିପିଓ ଶ୍ରୀ ସାହୁ ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.