ହତ୍ୟା ମାମଲାରେ ସ୍କୁଲ ଶିକ୍ଷକ ନିର୍ଦ୍ଦୋଷରେ ଖଲାସ : ବରିଷ୍ଠ ଆଇନଜୀବୀ ସଞ୍ଜୟ ବେହେରାଙ୍କ ସଫଳତା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଏକ ହତ୍ୟା ମାମଲାରେ ସ୍କୁଲ ଶିକ୍ଷକ ଦେବରାଜ ଭାଟି ଆଜି ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ଘଟଣାଟି ଘଟିଥିଲା ୨୨ ଜୁଲାଇ୨୦୦୮ରେ ଲୁଥୂର୍ବନ୍ଧ ରେଳ ଧାରଣ ନିକଟରେ ବିନୋଦ ପ୍ରସାଦ ନାୟକଙ୍କ କ୍ଷତ ବିକ୍ଷତ ଶରୀର ଟିଟିଲାଗଡ ଜିଆର୍‌ପି ଜବତ କରିଥିଲା । ଶବ ବ୍ୟବଚ୍ଛେଦ ରିପୋର୍ଟ ଏବଂ ଅନ୍ୟାନ୍ୟ ବିଷୟକୁ ଅନୁଧ୍ୟାନ କରି ୩ ଜଣଙ୍କୁ ଜିଆର୍‌ପି ପୋଲିସ ଗିରଫ କରି ଆଇପିସି ଧାରା ୩୦୨ରେ କୋର୍ଟ ଚାଲାଣ କରିଥିଲା । ଏହି କେସ୍‌ରେ ସରକାରଙ୍କ ତରଫରୁ ୨୩ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା । ସବୁ ତଥ୍ୟ ଅନୁଧ୍ୟାନ କରି ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ ସନ୍ଦୀପ ପଟ୍ଟନାୟକ ଅଭିଯୁକ୍ତ ଦେବରାଜ ଭାଟିକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ପ୍ରକାଶ ଥାଉକି ଏହି ମାମଲାର ୨ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଯାଇଛି । ତୃତୀୟ ଅଭିଯୁକ୍ତ ଆଜି ନିର୍ଦ୍ଦୋଷରେ ଖଲାସ ହେଇଛନ୍ତି । ଅଭିଯୁକ୍ତଙ୍କ ତରଫରୁ ଏହି କେଶକୁ ପରିଚାଳନା କରୁଥିଲେ ବଶିଷ୍ଠ କ୍ରିମିନାଲ ଆଇନଜୀବୀ ସଞ୍ଜୟ ବେହେରା ।

Leave A Reply

Your email address will not be published.