jayashree

୫-ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ ଛାତ୍ରଛାତ୍ରୀଙ୍କୁ ଦେଲେ ସଫଳତାର ମନ୍ତ୍ର

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ସ୍ଥିତ ନ୍ୟାସ୍‌ନାଲ୍‌ କଲେଜ ପଡ଼ିଆରେ ଆୟୋଜିତ ନୂଆ-ଓ କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସଫଳତାର ଟିପ୍ସ ଦେଇଛନ୍ତି ୫-ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ । ସେ କହିଛନ୍ତି, କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି । ବିନା କଠିନ ପରିଶ୍ରମରେ ସଫଳତା ହାସଲ କରିହେବ ନାହିଁ । ଏଥିଲାଗି ଭଲ ପାଠ ପଢିବାକୁ ପଡିବ । ଭଲ ପାଠ ପଢିଲେ ଅଧିକ ମାର୍କ, ରାଙ୍କ୍ ରଖିବେ । ହେଲେ ଜୀବନରେ ସଫଳତା ହାସଲ କରିବାକୁ ହେଲେ ଭଲ ପାଠ ପଢିବା ସହ ସାମଗ୍ରିକ ବିକାଶ କରିବାକୁ ପଡିବ । ଏଥିଲାଗି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ପ୍ରତିଭାକୁ ବାହାରକୁ ଆଣିବାକୁ ପଡିବ । ପାଠ ପଢିବା ସହ ପ୍ରତିଭାର ବିକାଶ ହେଲେ ସାମଗ୍ରିକ ବିକାଶ ହେବ । ସାମଗ୍ରିକ ବିକାଶ ହେଲେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ଏଥିଲାଗି ମୁଖ୍ୟମନ୍ତ୍ରୀ ଏହି ନୂଆ-ଓ କାର୍ଯ୍ୟକ୍ରମ କରିଛନ୍ତି ବୋଲି କହିଛନ୍ତି ଫାଇଭ-ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ । ଆହୁରୀ ମଧ୍ୟ କହିଛନ୍ତି, ପ୍ରତିଯୋଗିତାରେ ଭାଗ ନେଲେ ଜୀବନରେ ସଫଳତା ହାସଲ କରିପାରିବେ । ଜିତିବା ଆପଣଙ୍କୁ ଖୁସି ଦେବ ହେଲେ ଭାଗ ନେବା ଜୀବନକୁ ଗୋଟିଏ ଶିକ୍ଷାଦେବ । ପ୍ରତିଯୋଗିତାରେ ହାରିଲେ ଶିଖିବେ । ଜୀବନରେ ଶିଖିବା ଗୁରୁତ୍ଵପୂର୍ଣ୍ଣ । ସଫଳତା ପାଇବାକୁ ହେଲେ ଦିନକୁ ୧୪ ଘଣ୍ଟା ପରିଶ୍ରମ କରିବାକୁ ପଡିବ । ପରିଶ୍ରମ କରିବାକୁ ହେଲେ ଶରୀରକୁ ସୁସ୍ଥ ରଖିବାକୁ ପଡିବ ।

Leave A Reply

Your email address will not be published.