କୁମ୍ବିଂ ବେଳେ ସୁରକ୍ଷାକର୍ମୀଙ୍କ ସଫଳତା : ବିପୁଳ ପରିମାଣର ବିସ୍ଫୋରକ ଜବତ

ମାଲକାନଗିରି : କୁମ୍ବିଂ ଅପରେସନ ବେଳେ ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଥିବା ଜଣାପଡିଛି । ମାଲକାନଗିରି ତେଲେଙ୍ଗାନା ସୀମାନ୍ତ ଭଦ୍ରାରି କୋତ୍ତାଗୁଡେମ ଅଞ୍ଚଳରୁ ମାଓ ସାମଗ୍ରୀ ଚାଲଣ ବେଳେ ଧରିଲା ପୋଲିସ ।

ସୂଚନା ଅନୁଯାୟୀ, ଡୁମୁଗୁଡେମ ଥାନା ମୁଲକାନାପାଲି ଜଙ୍ଗଲରେ ସିଆରପିଏଫ ଓ ଗ୍ରେହଣ୍ଡ ଯବାନଙ୍କ ପକ୍ଷରୁ ମିଳିତ କୁମ୍ବିଂ ଅପରେସନ ଚାଲିଥିଲା । ଏହି ସମୟରେ ଗୋଟିଏ ଟ୍ରାକଟର୍‌ ଓ ଗୋଟିଏ ବୋଲେରୋ ଗାଡି ସହ ଦୁଇଟି ମୋଟରସାଇକଲକୁ ଅଟକାଇଥିଲେ ଯବାନ । ପରେ ଗାଡି ଗୁଡିକୁ ଯାଞ୍ଚ ତଲାସି କରିବା ସମୟରେ ଏଥିରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ବାହାରିଥିଲା । ଏଥିରେ ୯୦ ବଣ୍ଡଲ କୋଡେକ୍ସ ତାର ଓ ୫୦୦ଟି ଡିଟୋନିଟର ରହିଛି । ଏହି ସବୁ ବିସ୍ଫୋରକ ସାମଗ୍ରୀ ଲ୍ୟାଣ୍ଡମାଇନ, ଆଇ.ଇ.ଡି ଓ ରକେଟ ଲଞ୍ଚର ତିଆରି କରିବା ପାଇଁ ବ୍ୟବହାର କରାଯାଏ ବୋଲି ସୂଚନା ମିଳିଛି । ତେବେ ଏହି ସବୁ ମାଓ ସାମଗ୍ରୀ ଚାଲାଣ କରୁଥିବା ୧୦ ଜଣ ସନ୍ଦିଗ୍ଧଙ୍କୁ ପୋଲିସ ଗିରଫ କରିଛି । ସେମାନଙ୍କ ମଧ୍ୟରୁ ୫ ଜଣ ନକ୍ସଲ ପନ୍ଥିଙ୍କ ମିଲିସିଆ ସଦସ୍ୟ ଥିବା ଭଦ୍ରାରି କୋତ୍ତାଗୁଡେମ ଏସ୍‌ପି କହିଛନ୍ତି ।

Leave A Reply

Your email address will not be published.