ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : କାଶୀପୁର ବନ ବିଭାଗର ବଡ ସଫଳତା । ଦୁଇ ବାଘ ଛାଲ ସହ ୫ ଅଟକ । ପୂର୍ବ ଯୋଜନା ଅନୁଯାୟୀ ଦୁଇ ଜିଲ୍ଲାର ବନାଞ୍ଚଳ ବିଭାଗ ଦ୍ୱାରା ବିଛାଇଥିବା ଜାଲରେ ଫସିଲେ ଖୋଦ ବାଘ ଛାଲ ଚାଲାଣକାରୀ । ରାୟଗଡା ଜିଲ୍ଲା କାଶୀପୁର ଅଞ୍ଚଳରୁ ଦୁଇଟି କଲରାପତରିଆ ବାଘ ଛାଲ ଜବତ ସହ ୫ ଜଣ ଗିରଫ । ଗିରଫ ହୋଇଥିବା ୫ ଜଣ କାଶୀପୁର ଅଞ୍ଚଳର ବୋଲି କାଶୀପୁର ବନ ବିଭାଗ ସ୍ପଷ୍ଟ କରିଛି । ରାୟଗଡା ଡିଏଫ୍ଓ ଓ କଳାହାଣ୍ଡି ଡିଏଫ୍ଓଙ୍କ ନେତୃତରେ ଏକ ଟିମ ଗଠନ କରାଯାଇଥିଲା ଏବଂ ଏହି ଟିମ ମିଳିତ ଭାବେ ଚଢାଉ କରି ୫ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ଜଣାପଡିଛି । କାଶୀପୁର ସଦର ସ୍ଥିତ ହନୁମାନ ମନ୍ଦିର ନିକଟରେ ଏହି ବାଘ ଚମଡାକୁ ପ୍ରାୟ ୩୦ ଲକ୍ଷ ଟଙ୍କାରେ ବିକ୍ରି କରିବା ପାଇଁ ଯୋଜନା ଚାଲୁଥିଲା । ପୂର୍ବ ଯୋଜନା ଅନୁଯାୟୀ ଚାଲାଣ ସମ୍ପର୍କରେ ବିଭାଗ ନଜର ରଖି ଅଭିଯୁକ୍ତ ମାନଙ୍କୁ ଟ୍ରାକ କରିଥିଲା । ଏହି ସୂଚନା ଆଧାରରେ କାଶୀପୁର ହନୁମାନ ମନ୍ଦିର ନିକଟରେ ବାଘ ଛାଲ ବିକ୍ରି କରିବାକୁ ଯୋଜନା କରୁଥିବା ସମୟରେ ୫ଜଣ ଅଭିଯୁକ୍ତଙ୍କୁ ମାଡି ବସିଥିଲା ବନବିଭାଗ । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ରେଜଂର ସୂଚନା ଦେଇଛନ୍ତି । ଘଟଣାର ଅଧିକ ତଦନ୍ତ ଚାଲିଛି ବୋଲି ରେଜଂର ପ୍ରକାଶ କରିଛନ୍ତି । ଅଭିଯୁକ୍ତଙ୍କ ଠାରୁ ଦୁଇଟି କଲରାପତରିଆ ବାଘ ଛାଲ, ୩ଟି ମୋଟର ସାଇକଲ, ୪ଟି ମୋବାଇଲ ଫୋନ, ଗୋଟିଏ ଧାରୁଆ ଛୁରି ଜବତ କରାଯାଇଥିବା ସୂଚନା ମିଳିଛି । ଏହି ଚଢାଉ ସମୟରେ ରାୟଗଡା ଡିଏଫ୍ଓ ସଚିନ ଓଲହା ସାହେବ ଓହେଲ ଏବଂ କଳାହାଣ୍ଡି ଡିଏଫଙ୍କ ନେତୃତରେ ଟିକିରି ରେଜଂର ଅନିଲ ପାଣିଗ୍ରାହୀ, କଲ୍ୟାଣସିଂପୁର ରେଜଂର ଚନ୍ଦନ ଗମାଙ୍ଗ, କାଶୀପୁର ଫରେଷ୍ଟର ଦିନବନ୍ଧୁ ଶବର, ବଳରାମ କାଡ୍ରାକାଙ୍କ ସହ କାଶୀପୁର, ଟିକିରି, କଲ୍ୟାଣସିଂପୁର ଅଞ୍ଚଳର ବନବିଭାଗ କର୍ମଚାରିମାନେ ଏହି ଚଢାଉରେ ସାମିଲଥିଲେ ।