ppurohit

ସମ୍ବଲପୁର ହିଂସାକାଣ୍ଡକୁ ନେଇ ଆଜି ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଶାନ୍ତିପୂର୍ଣ୍ଣ ଭାବେ ସଫଳ

2nd

ଖପ୍ରାଖୋଲ, (ଅଶୋକ ବାଗ) : ହନୁମାନ ଜୟନ୍ତୀ ଉପଲକ୍ଷେ ଗତ ୧୪ ତାରିଖ ଦିନ ସମ୍ବଲପୁର ସହରରେ ହୋଇଥିବା ହିଂସାକାଣ୍ଡକୁ ନେଇ ୧୪ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ଡାକରା ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ସଫଳ ହୋଇଛି । ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ଯେଉଁ ସବୁ ଜିଲ୍ଲା ଗୁଡ଼ିକରେ ବନ୍ଦ ଡାକରା ଦିଆଯାଇଛି ସେଗୁଡ଼ିକ ହେଲା ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ବଲାଙ୍ଗିର, ସୋନପୁର, ବୌଦ, କଳାହାଣ୍ଡି, ନୂଆପଡ଼ା, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଓ ରାୟଗଡ଼ା । ତେବେ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ମଧ୍ୟ ଶାନ୍ତିପୂର୍ଣ୍ଣ ସହିତ ବନ୍ଦ ପାଳନ କରାଯାଇଛି । ବୁଧବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ଓ ଯାନବାହନ ଚଳାଚଳ ବନ୍ଦ ରହିଥିବା ଦେଖିବାକୁ ମିଳିଛି । ଖପ୍ରାଖୋଲ ବଜରଙ୍ଗ ଦଳ କମିଟିରୁ ବୁଲୁ ପଣ୍ଡା, ଅଭୟ ତ୍ରିପାଠୀ, ବାଳଗୋପାଳ ଦାସ, ଅନଙ୍ଗ ପଧାନ, ଶିବରାଜ ସାହୁ, ଶାନ୍ତନୁ ଗଡତିଆ, ଡୋଲାମଣୀ, ପିଣ୍ଟୁ ସାହୁ, ବାଦଲ ଦଣ୍ଡସେନା, ବିଜୁ ବାରିକ, ମହେଶ ସେନ୍ଦରିଆ, ରୋହନ ତାଣ୍ଡି, ଗ୍ରହଣ ରଣା, ପୁରନ୍ଦର ସାହୁ, ପୁରନ ସାହୁ, କୁନା ବାଗ, ରାଧାକାନ୍ତ କୁମ୍ଭାର, ରାଜେଶ ତାଣ୍ଡି, ହିମାଂଶୁ ବାଗ, ଶ୍ରେୟ କୁମ୍ଭାର ପ୍ରମୁଖ ଉପସ୍ଥିତ ଥିଲେ । 

Leave A Reply

Your email address will not be published.