ଚିତ୍ରଗୁପ୍ତ କଲ୍ୟାଣ ଉତ୍ସବ ଉଦ୍‌ଯାପିତ : ବିଭିନ୍ନ କ୍ଷେତ୍ରରେ ସଫଳ ହୋଇଥିବା କରଣ ସମାଜର ୫ଜଣ ସମ୍ମାନିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଚିତ୍ରଗୁପ୍ତ କଲ୍ୟାଣ ସମିତି ପକ୍ଷରୁ ପ୍ରତିବର୍ଷ ଭଳି ଏ ବର୍ଷ କରଣ ସମାଜର ଆନ୍ରୁୂଲ୍ୟରେ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ଦେବଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି । ୨୩ ତାରିଖ ଦିନ କଳସ ଯାତ୍ରା ଏବଂ ଚିତ୍ରଗୁପ୍ତ ଦେବଙ୍କ ପୂଜା ହୋମଯଜ୍ଞ ସହ ଆହୁତି ହୋଇଥିଲା । ଏଥିରେ କର୍ତ୍ତା ରୂପେ ଶଙ୍କର ପଟ୍ଟନାୟକ ଓ ତାଙ୍କ ସହଧର୍ମିଣୀ ସୁଷମା ପଟ୍ଟନାୟକ ଦାୟିତ୍ୱ ତୁଳାଇଥିଲେ । ଏହି ଅବସରରେ କରଣ ସମାଜର ସଭା ଅନୁଷ୍ଠିତ ହୋଇଥିଲେ । ସଭାପତିତ୍ୱ କରିଥିଲେ ପ୍ରୀତମ ବକ୍ସି, ପରିଚାଳନା କରିଥିଲେ ସସ୍ମିତା ନେପାକ ଏବଂ ସଂପାଦକ ଅଶ୍ୱିନୀ ପଟ୍ଟନାୟକ ବିଗତ ବର୍ଷର ଆୟବ୍ୟୟ ପାଠ କରିଥିଲେ ଏବଂ ସମାଜର ବିଭିନ୍ନ ଉନ୍ନତି କାର୍ଯ୍ୟକ୍ରମ ଉପରେ ବଖାଣିଥିଲେ । ଉପ-ସଭାପତି ବିଜୟ କୁମାର ପଟ୍ଟନାୟକ, କୋଷାଧ୍ୟକ୍ଷ ମନୋରଂଜନ ବହିଦାର, ମିନାକ୍ଷୀ ପଟ୍ଟନାୟକ ମଂଚାସୀନ ହୋଇଥିଲେ । ତତ୍‌ ସଙ୍ଗେ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା ଏବଂ କରଣ ସମାଜର ପ୍ରଶାସନ କ୍ଷେତ୍ରରେ ନୂତନ ଭାବେ ବଲାଙ୍ଗିର ଜିଲ୍ଲାରେ ମନୋନୀତ ହୋଇଥିବାରୁ ୫ ଜଣଙ୍କୁ ସମ୍ମାନିତ କରାଯାଇଥିଲା । ସ୍ୱରୁପ ମହାନ୍ତି ଓଏଏସ୍‌, ସିମ୍‌ପାଲ ପଟ୍ଟନାୟକ ନିଟ୍‌ ରେ କୃତିତ୍ୱ, ଆୟୁଷ ପଟ୍ଟନାୟକ ଆଇଆଇଟି ଖଡଗପୁର, ସମୀକ୍ଷା ପଟ୍ଟନାୟକ ଜିଲ୍ଲାସ୍ତରୀୟ ଡ୍ରଇଂ ପ୍ରତିଯୋଗିତା ବିଜେତା, ସୁଚରିତା ମହାନ୍ତି ରାଜ୍ୟ ସ୍ତରୀୟ ଖୋ-ଖୋ ଚମ୍ପିୟାନସିପ୍‌ ଏବଂ ବିଭିନ୍ନ ପ୍ରତିଯୋଗିତାରେ ପ୍ରତିଯୋଗିତାରେ ସମ୍ମାନିତ କରାଯାଇଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ ପ୍ରଶାନ୍ତ ପଟ୍ଟନାୟକ ।

Leave A Reply

Your email address will not be published.