ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ସାମୂହିକ ଶପଥ ପାଠ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଗତକାଲିଠାରୁ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯିବ । ‘ସ୍ୱତନ୍ତ୍ର ଭାରତ ଅ ୭୫ସତ୍ୟ ଆତ୍ମ ନିରଭରତା’ ବିଷୟ ବସ୍ତୁକୁ ଆଧାର କରି ଚଳିତ ବର୍ଷ ସଚେତନତା ସପ୍ତାହ ପାଳନ ହୋଇଯାଇଛି । ଗତକାଲି ପ୍ରଥମ ଦିନ ଜିଲ୍ଲାର ସମସ୍ତ କାର୍ଯ୍ୟାଳୟମାନଙ୍କରେ ଅଧିକାରୀଗଣଙ୍କ ସମେତ ସମସ୍ତ କର୍ମଚାରୀ ନାଗରିକଙ୍କ ପାଇଁ ସାଧୁତାର ଶପଥ ପାଠ ଗ୍ରହଣ କରିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍ ଉପସ୍ଥିତ ରହି ଶପଥ ପାଠ କରାଇଥିଲେ । ଏହି ଶପଥ ପାଠ କାର୍ଯ୍ୟକ୍ରମରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀଗଣ ଉପସ୍ଥିତ ରହି ଶପଥପାଠ କରାଇଥିଲେ । ଏହି ଶପଥପାଠ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ପରିଚାଳନା କରିଥିଲେ । ଏଠାରେ ପ୍ରକାଶ ଥାଉକି, ଚଳିତ ବର୍ଷର ଦୁର୍ନୀତି ନିବାରଣ ସପ୍ତାହରେ ବିଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଇ ଦୁର୍ନୀତି ନିବାରଣ ଦିଗରେ ଅନେକ ସଚେତନତା ବାର୍ତ୍ତାର ପ୍ରସାର ଓ ପ୍ରଚାର କରାଯିବ ବୋଲି କୁହାଯାଇଛି ।

Leave A Reply

Your email address will not be published.