oum

ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାବେ ଶପଥ ଗ୍ରହଣ କଲେ ଝସକେତନ ବଘାର

jsm

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ପଦବୀ ନିମନ୍ତେ ନିର୍ବାଚନ ସ୍ଥାନୀୟ ଜିଲ୍ଲା ପରିଷଦ ସଭା କକ୍ଷଠାରେ ଅତିରିକ୍ତ ଜିଲ୍ଲାପାଳ ତଥା ପ୍ରାଧିକୃତ ନିର୍ବାଚନ ଅଧିକାରୀ ସୂର୍ଯ୍ୟନାରାୟଣ ଦାଶ, ଓ.ପ୍ର.ସେ. (ଏସ୍.ଏ.ଜି)ଙ୍କ ଅଧ୍ୟକ୍ଷତାରେ ନିର୍ଦ୍ଧାରିତ ସମୟରେ ଅନୁଷ୍ଠିତ ହୋଇଥିଲା । ବୈଠକ ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦାଶ ବୈଠକରେ ଉପସ୍ଥିତ ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟାଙ୍କୁ ସ୍ୱାଗତ ଜଣାଇଥିଲେ । ପରେ ପରେ ଓଡିଶା ନିର୍ବାଚନ ଆୟୋଗଙ୍କ ବିଜ୍ଞପ୍ତି ଅନୁସାରେ ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ନିର୍ବାଚନ, ପ୍ରାଧିକୃତ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଥିଲା । ନିଦ୍ଧାରିତ ସମୟାନୁସାରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ନିମନ୍ତେ ମନୋୟନ ପତ୍ର ପ୍ରଦାନ ଏବଂ ତାର ଉପସ୍ଥାପନା, ମନୋୟନ ପତ୍ର ଯାଞ୍ଚ/ତନଖୀ ପ୍ରଭୁତି ଅନୁଷ୍ଠିତ ହୋଇଥିଲା । ଆଜି ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ନିର୍ବାଚନ ନିମନ୍ତେ ମନୋୟନ ପତ୍ର ଉପସ୍ଥାପନର ନିର୍ଦ୍ଧାରିତ ସମୟରେ କେବଳ ଝସକେତନ ବଘାରଙ୍କ ମନୋନୟନ ପତ୍ର ନିର୍ବାଚନ ଅଧିକାରୀଙ୍କଠାରେ ଉପସ୍ଥାପନା କରାଯାଇଥିଲା ଓ ନିର୍ଦ୍ଧାରୀତ ସମୟ ମଧ୍ୟରେ ମନୋୟନ ପତ୍ର ତନଖି କରାଯାଇ ଠିକ୍‌ ଥିବାରୁ ଝସକେତନ ବଘାରଙ୍କ ସପକ୍ଷରେ ପ୍ରଦତ୍ୱ ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପଦବୀ ନିମନ୍ତେ ମନୋୟନ ପତ୍ରକୁ ନିର୍ବାଚନ ଅଧିକାରୀ କାଏମ ରଖୁଥିଲେ । ପ୍ରାର୍ଥିତ୍ୱ ପ୍ରତ୍ୟାହାର ସମୟ ଅତିକ୍ରାନ୍ତ ହେବା ପରେ ଯେହେତୁ ଝସକେତନ ବଘାରଙ୍କ ଦ୍ୱାରା ପ୍ରଦତ୍ତ ପ୍ରାର୍ଥୀ ପତ୍ର ପ୍ରତ୍ୟାହୃତ ହୋଇନାହିଁ, ଏଣୁ ଝସକେତନ ବଘାର, ସୁବର୍ଣ୍ଣପୁର-୦୨, ଉଲୁଣ୍ଡା-୦୨ ନିର୍ବାଚନ ମଣ୍ଡଳୀର ଜିଲ୍ଲା ପରିଷଦ ସଭ୍ୟଙ୍କୁ ପ୍ରାଧିକୃତ ନିର୍ବାଚନ ଅଧିକାରୀ, ଓଡିଶା ଜିଲ୍ଲା ପରିଷଦ ନିର୍ବାଚନ ନିୟମ ୧୯୯୪ ବ୍ୟବସ୍ଥାନୁସାରେ ସୁବର୍ଣ୍ଣପୁର ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ଭାବରେ ନିର୍ବିରୋଧ ନିର୍ବାଚିତ ଘୋଷଣା କରିଥିଲେ । ଉପାଧ୍ୟକ୍ଷଙ୍କ ନାମ ଘୋଷଣା ହେଲା ପରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ନରୱଣେ ନୂତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାବେ ଶ୍ରୀ ବଘାରଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଶୁଭେଚ୍ଛା ଜଣାଇବା ସହିତ ଶପଥ ପାଠ କରାଇଥିଲେ । ଆଜିର ବୈଠକକୁ ଅମୁଲ୍ୟ କୁମାର ନନ୍ଦ, ଜିଲ୍ଲା ପଞ୍ଚାୟତ ଅଧିକାରୀ ସଂଯୋଜନା କରିଥିଲେ । ନିର୍ବାଚନ ସମୟରେ ତହସିଲଦାର ସୋନପୁର ନବୀନ କିଶୋର ପାଢ଼ୀ ଉପସ୍ଥିତ ଥିଲେ । ଆଜିର ଏହି ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ନିର୍ବାଚନ ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସୁପାର ଠେଲାଙ୍କ ସମେତ ଜିଲ୍ଲା ପରିଷଦ ସଦସ୍ୟ/ସଦସ୍ୟା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଜିଲ୍ଲା ପଂଚାୟତ ଅଧିକାରୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.