ଛତିଶଗଡ଼ରେ ୨୧ ମାଓବାଦୀଙ୍କ ଆତ୍ମସମର୍ପଣ ଉପରେ ସନ୍ତୋଷ ପ୍ରକାଶ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

  • ଆତ୍ମସମର୍ପଣ କରିଥିବା ୨୧ ଜଣ ମାଓବାଦୀଙ୍କ ମଧ୍ୟରୁ ୧୩ ଜଣ ବରିଷ୍ଠ କ୍ୟାଡର
    ମୋଦୀ ସରକାରଙ୍କ ଆହ୍ୱାନରେ ହିଂସା ଛାଡ଼ି ମୁଖ୍ୟଧାରାରେ ଯୋଗ ଦେଇଥିବାରୁ ମୁଁ ସେମାନଙ୍କୁ ପ୍ରଶଂସା କରୁଛି
  • ଯେଉଁମାନେ ଏବେ ବି ବନ୍ଧୁକ ଧରିଛନ୍ତି, ସେମାନଙ୍କୁ ଯଥାଶୀଘ୍ର ଆତ୍ମସମର୍ପଣ କରିବାକୁ ମୁଁ ମୋର ନିବେଦନ ଦୋହରାଇବି
  • ୨୦୨୬ ମସିହା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ନକ୍ସଲବାଦକୁ ମୂଳପୋଛ କରିବା ଲାଗି ଆମେ ସଂକଳ୍ପବଦ୍ଧ

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ଛତିଶଗଡ଼ର କାଙ୍କେର ଜିଲ୍ଲାରେ ଅସ୍ତ୍ରଶସ୍ତ୍ର ସହିତ ୨୧ ଜଣ ନକ୍ସଲବାଦୀଙ୍କ ଆତ୍ମସମର୍ପଣକୁ ପ୍ରଶଂସା କରିଛନ୍ତି । ଏକ୍ସ ପ୍ଲାଟଫର୍ମରେ ଏକ ପୋଷ୍ଟରେ କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, “ଛତିଶଗଡ଼ର କାଙ୍କେର ଜିଲ୍ଲାରେ ୨୧ ଜଣ ମାଓବାଦୀ ସେମାନଙ୍କ ଅସ୍ତ୍ରଶସ୍ତ୍ର ସହିତ ଆତ୍ମସମର୍ପଣ କରିଥିବା ଜାଣି ଖୁସି ଲାଗୁଛି । ସେମାନଙ୍କ ମଧ୍ୟରୁ ୧୩ ଜଣ ବରିଷ୍ଠ କ୍ୟାଡର ଥିଲେ । ମୋଦୀ ସରକାରଙ୍କ ଆହ୍ୱାନରେ ହିଂସା ଛାଡ଼ି ମୁଖ୍ୟଧାରାରେ ଯୋଗ ଦେଇଥିବାରୁ ମୁଁ ସେମାନଙ୍କୁ ପ୍ରଶଂସା କରୁଛି । ଯେଉଁମାନେ ଏବେ ବି ବନ୍ଧୁକ ଧରିଛନ୍ତି, ସେମାନଙ୍କୁ ଯଥାଶୀଘ୍ର ଆତ୍ମସମର୍ପଣ କରିବାକୁ ମୁଁ ମୋର ନିବେଦନ ଦୋହରାଇବି । ୨୦୨୬ ମସିହା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ନକ୍ସଲବାଦକୁ ମୂଳପୋଛ କରିବା ଲାଗି ଆମେ ସଂକଳ୍ପବଦ୍ଧ” ।

Leave A Reply

Your email address will not be published.