ଜନତା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ସନ୍ତୋଷ କୁମାର ପଣ୍ଡାଙ୍କ କରୋନାରେ ଦେହାନ୍ତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟରେ କରୋନା ତାଣ୍ଡବ ଲୀଳା ରଚୁଥିବା ବେଳେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ାରୁ ଏକ ଦୁଃଖଦ ଖବର ଆସି ପହଞ୍ଚିଛି । ସ୍ଥାନୀୟ ଜନତା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ସନ୍ତୋଷ କୁମାର ପଣ୍ଡାଙ୍କ କରୋନାରେ ଦେହାନ୍ତ ହୋଇଛି । କିଛି ଦିନ ତଳେ ସେ ଅସୁସ୍ଥତା ଥିବାରୁ କୋଭିଡ୍ ଟେଷ୍ଟିଂ କରାଇ ଥିଲେ । ତାଙ୍କର ପଜିଟିଭ୍ ବାହାରିଥିବା ବେଳେ ସେ ଭୂବନେଶ୍‌ଶ୍ୱର ସ୍ଥିତ ନୀଳାଞ୍ଚଳ ହସ୍ପିଟାଲରେ ଗତ ଗୁରୁବାର ଠାରୁ ଚିକିତ୍ସିତ ହେଉଥିଲେ । ସୋମବାର ରାତ୍ରି ୮ଘଣ୍ଟା ସମୟରେ ସେ ସେହି ହସ୍ପିଟାଲରେ କୋରନା ସଂକ୍ରମଣରେ ମୃତ୍ୟୁ ବରଣ କରିଥିବା ଜଣାଯାଇଛି । ସେ ଜଣେ ଛାତ୍ରବତ୍ସଳ ଅଧ୍ୟାପକ, ମିଷ୍ଟଭାଷୀ ମେଳାପୀ ଓ ପରୋପକାରୀ ବ୍ୟକ୍ତି ଥିଲେ । ତାଙ୍କ ବିୟୋଗରେ ଜଣେ ବିଚକ୍ଷ ଅଧ୍ୟକ୍ଷଙ୍କୁ ହରାଇଲା ବୋଲି ଛାତ୍ର ଛାତ୍ରୀ ଓ କଲେଜ ଶିକ୍ଷାୟତନରେ ଅଧ୍ୟାପକ ଓ କର୍ମଚାରୀ ମହଲରେ ଗଭୀର ଶୋକ ବ୍ୟକ୍ତ କରି ବର୍ଣ୍ଣନା କରାଯାଇଛି । ତାଙ୍କ ବିୟୋଗାନ୍ତକ ଖବର ଶୁଣି ବିଭିନ୍ନ ମହଲରେ ଗଭୀର ଶୋକ ବ୍ୟକ୍ତ କରାଯାଇଛି ।

Leave A Reply

Your email address will not be published.