ବଡ଼ଗମଡ଼ା ଗାଁରେ ସନ୍ଥକବି ଭୀମ ଭୋଇଙ୍କ ଜୟନ୍ତୀ ପାଳିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବେଳପଡା ପଞ୍ଚାୟତ ବଡ଼ଗମଡ଼ା ଗ୍ରାମରେ ଆଜି ମହାତ୍ମା ଭୀମ ଭୋଇ ଗ୍ରାମ୍ୟ ଉନ୍ନୟନ ସମିତି ପକ୍ଷରୁ ସାପ୍ତାହିକ ବଜାର ପ୍ରାଙ୍ଗଣରେ ସନ୍ଥ କବି ଭୀମ ଭୋଇଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ସନ୍ଥ କବି ଭୀମ ଭୋଇଙ୍କ ଫଟୋ ଚିତ୍ରରେ ପୂଜାର୍ଚ୍ଚନା କରାଯିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଡିଙ୍ଗର ଭୋଇଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ମୁଖ୍ୟବକ୍ତା ଭାବେ କର୍ଲାପଡା କଲେଜର ଓଡ଼ିଆ ଅଧ୍ୟାପକ ପ୍ରଫେସର ମୋହନ ପୁଟେଲ, ସମ୍ମାନୀତ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଳକ ଉପାଧ୍ୟକ୍ଷ କେଶବ ନାରାୟଣ ଜୈନ, ଭାଲୁମୁଣ୍ଡା ପଞ୍ଚାୟତର ପୂର୍ବତନ ସରପଞ୍ଚ ଉପେନ୍ଦ୍ର ମେହେର, ଅଧ୍ୟାପକ ରଞ୍ଜିତ ମେହେର, ବେଳପଡା ପଞ୍ଚାୟତ ସରପଞ୍ଚ ଖରତ ବାଗ, ଜିଲ୍ଲା କନ୍ଧ ସମାଜ ଯୁବ ସଂଗଠନ ସଭାପତି ସୁରେଶ ଭୋଇ, ବେଳପଡା ଉଚ୍ଚ ବିଦ୍ୟାଳୟ ସହକାରୀ ଶିକ୍ଷକ ସମର କୁମାର ଜେନା, କିଶୋର ବଘେଲ, ଜଗଦୀଶ ସିଂ ଭୋଇ, ଦୈତାରି ଭୋଇ, ଛବିରାବଣ ଜାନୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ସନ୍ଥ କବି ଭୀମ ଭୋଇଙ୍କ ଜୀବନୀ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଶ୍ରୀମଦ ଆନନ୍ଦ ଚନ୍ଦ୍ର ବାବା ପ୍ରବଚକ ଭାବେ ଯୋଗ ଦେଇ ଥିବା ବେଳେ ଗୋକୁଳ ଛୁରା ଅଲେଖ ଭଜନ ପରିବେଷଣ କରିଥିଲେ । ଆୟୋଜକ କମିଟି ବୀର ଭୋଇ, ଖୀରସିନ୍ଧୁ ଭୋଇ, ମାୟାଧର ଭୋଇ, ଲେଖଚନ୍ଦ୍ର ଛୁରା, ପ୍ରେମାନନ୍ଦ ଛୁରା, ଅନିରୁଦ୍ଧ ମେହେର, ସନ୍ତୋଷ ଭୋଇ, ସଦା ଭୋଇ, ଡ଼ିସେମ୍ବର ଭୋଇ, ଗଜ ଛୁରା, ଯଦୁ ଭୋଇ,ପିତାମ ଭୋଇ, ଉପେନ୍ଦ୍ର ଭୋଇ, କୈଳାଶ ଭୋଇ, କୁମର ଭୋଇ ପ୍ରମୁଖଙ୍କ ସମେତ ଆୟୋଜକ କମିଟିର ସମସ୍ତ ସଦସ୍ୟ ମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.