om academy

୬୧ତମ ରାଜ୍ୟ ସନ୍ତରଣ ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲାରୁ ୧୧ ଜଣ ଚୟନ

jsm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଚଳିତ ୨୫ ଓ ୨୬ ସେପ୍ଟେମ୍ବରରେ ଓଡ଼ିଶା ସୁଇମିଂ ସଂଘ ପକ୍ଷରୁ ରାଜଧାନୀ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମର ବିଜୁ ପଟ୍ଟନାୟକ ସୁଇମିଂ ପୁଲରେ ଆୟୋଜିତ ହେବାକୁ ଯାଉଥିବା ୬୧ତମ ରାଜ୍ୟସ୍ତରୀୟ ସନ୍ତରଣ ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲାରୁ ୧୧ ଜଣ ପ୍ରତିଯୋଗୀ ଜିଲ୍ଲା ଆଥିଲିଟିକ ସମ୍ପାଦକ ଅଶୋକ କୁମାର ସାହୁଙ୍କ ନେର୍ତ୍ତୃତ୍ୱରେ ଭାଗ ନେବେ ଏହି ପ୍ରତିଯୋଗୀମାନେ ହେଲେ କେମପି ସ୍ପୋର୍ଟସ ଏକାଡେମୀର ସିନିୟର ବର୍ଗରେ ଇ. ଲଳିତ କୁମାର, ନୀତେଶ କୁମାର ମହାନ୍ତି, ଶିବ ପ୍ରସାଦ ଜେନା, ସୁବ୍ରନ୍ତ ପାତ୍ର, ରାଜା ଗୌଡ଼, ପ୍ରେମ କୁମାର ଦାସ, ଜିତେନ୍ଦ୍ର ଗୌଡ଼ ଓ ଗଣେଶ ମହାରଣା ଭାଗ ନେବା ବେଳେ ଜୁନିୟର ବର୍ଗରେ ବି.ବସନ୍ତ ରେଡ୍ଡୀ ସହ ସବ ଜୁନିୟର ବର୍ଗରେ ଦୁଖା ନାୟକ ସେହିପରି ଜୁନିୟର ପାରା ସୁଇମିଂ ବର୍ଗରେ ପ୍ରୀତମ ବେହେରା ଅଂଶ ଗ୍ରହଣ କରିବେ । ଏହି ମାନେ ଆସନ୍ତା ୨୪ ତାରିଖରେ ବିଶାଖା ଏକ୍ସପ୍ରେସରେ କୋଚ୍ କେ.ମନୋଜ ପ୍ରଧାନଙ୍କ ସହ ପରିଚାଳକ ବାସୁ ନାୟକ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି । ସେମାନେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବେ । ଏହି ଖେଳାଳୀ ମାନଙ୍କୁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଶୁଭେଚ୍ଛା ଓ ଅଭିନନ୍ଦନ ବାର୍ତ୍ତାର ସୁଅ ଛୁଟୁଛି ।

Leave A Reply

Your email address will not be published.