oom

ଓଡ୍ରାଫ ଟିମ ଦେଲେ ଯୁବକମାନଙ୍କୁ ସନ୍ତରଣର ପ୍ରଶିକ୍ଷଣ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ବିର୍ସା ମୁଣ୍ଡା ଏଥଲେଟିକ ଷ୍ଟାଡିୟମରେ ଆଜିଠାରୁ ବିଭିନ୍ନ ହାଇସ୍କୁଲ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଓ ଯୁବକ ମାନଙ୍କୁ ସନ୍ତରଣ ଓ ପାଣିର ବୁଡି ଯାଉଥିବା ବ୍ୟକ୍ତିମାନଙ୍କ ଉଦ୍ଧାର ପାଇଁ ଜୀବନ ରକ୍ଷା କୌଶଳ ଶିକ୍ଷା ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ତଥା ରାଉରକେଲା ମହାନଗର ନିଗମ ଆୟୁକ୍ତ ଆଶୁତୋଷ କୁଲକର୍ଣ୍ଣି ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଏହି ପ୍ରଶିକ୍ଷଣ ଶିବିରର ଉଦଘାଟନ କରିଥିଲେ । ସେ ଏହି ଅବସରରେ କହିଥିଲେ ଯେ ରାଉରକେଲା ଆଖ ପାଖରେ ନଦୀରେ କିଶୋର ଓ ଯୁବକମାନଙ୍କର ନଦୀରେ ଗାଧେଇବା ବା ବୁଲିବାକୁ ଯାଇଥିବା ସମୟରେ ଦୁର୍ଘଟଣା ବଶତ ନଦୀରେ ବୁଡି ମତ୍ୟୁବରଣ କରୁଛନ୍ତି ।  ଏହାକୁ ଏଡାଇବା ପାଇଁ ଯୁବକ ମାନଙ୍କୁ ସନ୍ତରଣ କରିବା ଓ କେହି ବୁଡି ଯାଉଥିଲେ ତତକ୍ଷଣ କିପରି ଉଦ୍ଧାର କରାଯାଇପାରିବ ଏହାର ପ୍ରଶିକ୍ଷଣ ନିତାନ୍ତ ଆବଶ୍ୟକ । ଏହି ପ୍ରଶିକ୍ଷଣ ଦ୍ୱାରା ନିଜର ତଥା ଅନ୍ୟର ଅମୂଲ୍ୟ ଜୀବନ ରକ୍ଷା କରିବାରେ ସହାୟକ ହୋଇପାରିବେ । ଏହି ପ୍ରଶିକ୍ଷଣ ଶିବିରରେ ପ୍ରତି ବ୍ୟାଚରେ ୩୦ ଜଣ ଯୁବକ ଅଂଶ ଗ୍ରହଣ କରିବେ । ପ୍ରତି ବ୍ୟାଚକୁ ଓଡ୍ରାଫ (ଓଡ୍ରାଫ) ର ୨୦ ସଦସ୍ୟ ବିଶିଷ୍ଟ ଟୀମ ୬ ଦିନ ପ୍ରଶିକ୍ଷଣ ପ୍ରଦାନ କରିବ । ପାଖାପାଖି ୧୦ଟିବ୍ୟାଚ୍ ର ୩୦୦ଜଣ ଯୁବକଙ୍କୁ ପ୍ରଶିକ୍ଷଣ ଦେବାର ଲକ୍ଷ୍ୟ ରଖାଯାଇଛି । ଆଜିର କାର୍ଯ୍ୟକ୍ରମରେ ଡେପୁଟି ଡାଇରେକ୍ଟର କ୍ରୀଡା ସୁସ୍ମିତା ଦତ୍ତ, ଡେପୁଟି କଲେକ୍ଟର ପାନପୋଷ ଅର୍ପିତା ମହାନ୍ତି ,ଡେପୁଟି କଲେକ୍ଟର( ଆପାତକାଳୀନ) ସାଲମା ମାଝି ,ଜିଲ୍ଲା ପ୍ରୋଜେକ୍ଟ ଅଧିକାରୀ ସୁଜାତା ତିର୍କୀ (ଙଝଊଗଇ)ଓ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରାଉରକେଲା ସୀମା ଫାତିମା ଏକ୍କା ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.