oom

ବଲାଙ୍ଗିର ବ୍ଲକ୍‌ରେ ଗଡ଼ିଲା ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ରଥ

jsmm

ସଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ବଲାଙ୍ଗିର ବ୍ଲକ୍‌ର ସୁପରଭାଇଜର୍ ରେଜିଆ ସୁଲତାନଙ୍କ ଉପସ୍ଥିତିରେ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ରଥ ବ୍ଲକ୍ ଅନ୍ତର୍ଗତ ସଦେଇପାଳି, ଚନ୍ଦନଭାଟି, ରାମଚନ୍ଦ୍ର ପୁର, ସିବତଲା, ମାଗୁରବେଢ଼ା, ଝାଙ୍କରପାଲି, ଭୂତିଆର୍ ବାହାଲ, କୁଡ଼ାସିଂହାକୁ ପରିକ୍ରମା କରି ୪ ପୃଷ୍ଟା ସମ୍ବଳିତ ପୋଷ୍ୟ ସନ୍ତାନ ଗ୍ରହଣ ଲେଫ୍ଲେଟ ପ୍ରଦାନ କରାଗଲା ଏବଂ ମାଇକ ଦ୍ୱାରା ପୋଷ୍ୟ ସନ୍ତାନର ଯୋଗ୍ୟତା ଓ ଆବେଦନ ପ୍ରଣାଳୀ ମବକ୍ସବ.ଙ୍ଗମୟ.ଶକ୍ଟଙ୍ଖ.ସରେ ପଞ୍ଜିକରଣ କରିବାକୁ ଗୀତ ମାଧ୍ୟମରେ ପ୍ରଚାର କରାଯାଇଛି । ଏହି ରଥକୁ ପରିକ୍ରମା କରିବାକୁ ଅଙ୍ଗନୱାଡି ସୁଭଦ୍ରା ସୁନା, ସୋଭାରଣି ତାଣ୍ଡି, ବର୍ଷା ଭୋଇ, ଶ୍ରଦ୍ଧାଞ୍ଜଳି ଯୋଶୀ, ମାଧବୀ ଛତ୍ରିଆ ସାରକାନ୍ତି ନାଏକ, ଦ୍ରୋପଦୀ ସାଏ ଓ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ସାମାଜିକ କର୍ମୀ ପୁଷ୍ପାଞ୍ଜଳି ସୁନା, ଚାଇଲ୍ଡ ହେଲ୍ପ ଲାଇନର କେସ ୱାର୍କର ଶୁଭମ୍ ଜେନା ରଥକୁ ପରିକ୍ରମା କରାଇ ସଚେତନତା କରିବା ପାଇଁ ଜନସାଧାରଣକୁ ଉତ୍ସହିତ କରିଥିବା ବେଲେ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର କାର୍ଯ୍ୟକ୍ରମ ପରିଚାଳକ ଦେବାଶିଷ ପଟେଲ ଏହି ରଥ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

jittmm
Leave A Reply

Your email address will not be published.