oom

ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଆନୁକୂଲ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରସ୍ଥିତ ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଡଃ. ପ୍ରମୋଦ କୁମାର ତ୍ରିପାଠୀ ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପ୍ରତିଯୋଗିତା ଓ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିବାକୁ ଆହ୍ୱାନ ଦେଇଥିଲେ । ଛତ୍ରପୁର ଅଂଚଳର ସ୍ୱନାମଧନ୍ୟ ବ୍ୟକ୍ତିତ୍ୱ ତଥା ଏସ କେ ସିଜି ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଅଜୟ କୁମାର ତ୍ରିପାଠୀ ଏବଂ ଛତ୍ରପୁରର ଅନ୍ୟତମ ଜଣାଶୁଣା ବ୍ୟକ୍ତିତ୍ୱ ଓ ମହାବିଦ୍ୟାଳୟର ପୂର୍ବତମ ଅଧ୍ୟକ୍ଷ କିଶୋର କୁମାର ବେହେରା ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲ । ଏହି କାର୍ଯ୍ୟକ୍ରମରେ କବିତା ଲିଖନ, ପ୍ରବନ୍ଧ ଲେଖନ, ବକ୍ତୃତା, ଚିତ୍ରାଙ୍କନ, କବିତାପାଠ, ଏକକ ଅଭିନୟ ଆଦି ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇ ଯାଇଛି । ସାଂସ୍କୃତିକ କାର୍ଯ୍ୟକ୍ରମର ସଂଯୋଜକ ଡଃ ଲକ୍ଷ୍ମୀନାରାୟଣ ସାହୁ ଓ ଡଃ ବିଷ୍ଣୁ ପ୍ରସାଦ କର ଏହି କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ । ମହାବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମର ନୋଡାଲ ଅଫିସର ରାଜବାଳା ତ୍ରିପାଠୀ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ଡଃ ପିଙ୍କିରାଣୀ ଦେଇ ତଥା ଅନ୍ୟାନ୍ୟ ସହକର୍ମୀ, ଛାତ୍ରପ୍ରତିନିଧିମାନଙ୍କ ସହ ମହାବିଦ୍ୟାଳୟର ଉଚ୍ଚମାଧ୍ୟମିକ, ସ୍ନାତକ ଏବଂ ସ୍ନାତକୋତ୍ତର ବିଭାଗର ବିଭିନ୍ନ ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସାଂସ୍କୃତିକ କାର୍ଯ୍ୟକ୍ରମଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଏହି ସାସ୍କୃତିକ କାର୍ଯ୍ୟଟି ଡିସେମ୍ବର ମାସର ୧୬ ତାରିଖ ଯାଏଁ ଚାଲିବ ବୋଲି କୁହାଯାଇଛି ।

jittmm
Leave A Reply

Your email address will not be published.