om academy

ଜଗନ୍ନାଥ ସଂସ୍କୃତି ଜଗତର ଶ୍ରେଷ୍ଠ ସଂସ୍କୃତି

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ନବ ଗଠିତ ରାଉରକେଲା ସାହିତ୍ୟ ସଂସଦ ତା’ର ମୂଳମନ୍ତ୍ର ସାହିତ୍ୟ ସଂସ୍କୃତିର ପ୍ରଚାର ଓ ପ୍ରସାରକୁ ଆଧାର କରି ଆଜି ରିଜର୍ପ କଲୋନୀସ୍ଥିତ ସରକାରୀ ପୋଲିସି ହାଇସ୍କୁଲରେ ପିଲାମାନଙ୍କୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ବିଜୟ କୁମାର ସାହୁଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ପଣ୍ଡା ଯୋଗଦାନ କରି ରାଉରକେଲା ସାହିତ୍ୟ ସଂସଦର ଏଭଳି କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ । ମୁଖ୍ୟବକ୍ତା ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ବାରିକ ପିଲାମାନଙ୍କ ମଧ୍ୟରେ ଏକ ଶୈକ୍ଷିକ ପରିବେଶ ସୃଷ୍ଟି କରି ଆମ ଭାଷା ସାହିତ୍ୟ ଓ ସଂସ୍କୃତି ଉପରେ ବହୁ କବିମାନଙ୍କର କବିତାର ଉଦାହଣ ନେଇ ଏକ ସାରଗର୍ଭକ ଭାଷଣ ରଖିଥିଲେ । ସଭାପତି ଶ୍ରୀଯୁକ୍ତ ସାହୁ ତାଙ୍କର ସଭାପତିତ୍ୱ ଅଭିଭାଷଣରେ ଜଗନ୍ନାଥ ସଂସ୍କୃତି ଜଗତର ଶ୍ରେଷ୍ଠ ସଂସ୍କୃତି ବୋଲି ବିଭିନ୍ନ ଐତିହାସିକ ଓ କିମ୍ବଦନ୍ତୀ ତଥ୍ୟ ଉପସ୍ଥାପନା କରିଥିଲେ । ସଂସଦର ଆବାହକ ସୁଶାନ୍ତ କୁମାର ନାୟକ ପିଲାମାନଙ୍କ ମଧ୍ୟରେ ଜଗନ୍ନାଥ ସଂସ୍କୃତି ଓ ରଥଯାତ୍ରା ଉପରେ ଏକ କୁଇଜ୍ ପ୍ରତିଯୋଗିତା କରାଇଥିଲେ । ଶେଷରେ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷୟିତ୍ରୀ ଦମୟନ୍ତି ନାୟକ, କବିତା ଦାସ, ଶିକ୍ଷକ ଅଶୋକ ମହାନ୍ତି, ବିଜୟ କୁମାର ନାୟକ କାର୍ଯ୍ୟକ୍ରମ ପରିଚାଳନାର ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ୭୫ ଜଣ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।

Leave A Reply

Your email address will not be published.