ପ୍ରଧାନମନ୍ତ୍ରୀଙ୍କ ସହ ବରଗଡ ସାଂସଦ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ସାଂସଦ ପ୍ରଦୀପ ପୁରୋହିତ କିଛିଦିନ ତଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଥିଲେ । ଏହି ସମୟରେ ସାଂସଦ ଶ୍ରୀ ପୁରୋହିତ ନୃସିଂହ ମହାପ୍ରଭୁଙ୍କ ଏକ ଫଟୋଚିତ୍ର ଦେବା ସହ ନୃସିଂହନାଥ ଆସିବାକୁ ନିମନ୍ତ୍ରଣ ଦେଇ ବରଗଡରୁ ନୂଆପଡା ଭାୟା ପଦ୍ମପୁର ରେଳ ଲାଇନ ପ୍ରକଳ୍ପ ପାଇଁ ମଧ୍ୟ୍ୟ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ । ବୁଧବାର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ସାମ୍ବାଦିକ ସମ୍ବିଳନୀ ମାଧ୍ୟ୍ୟମରେ ଏହି ରେଳ ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିବା ନେଇ ପ୍ରକାଶ କରିଛନ୍ତି । ପାଇକମାଲ ଅଂଚଳରେ ଏହି ରେଳ ପ୍ରକଳ୍ପ ଘୋଷଣା ହେବାପରେ ସାଂସଦ ପ୍ରଦୀପ ପୁରୋହିତଙ୍କୁ ଜନସାଧାରଣଙ୍କ ପ୍ରଶଂସାର ସୁଅ ଛୁଟିଛି ।

Leave A Reply

Your email address will not be published.