jayashree

ସଂସ୍କୃତି ସଚିବ ଭାବେ ଦାୟିତ୍ୱ ନେଲେ ରଞ୍ଜନ ଦାସ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ରଞ୍ଜନ କୁମାର ଦାସ । ନିକଟରେ ସଂସ୍କୃତି ସଚିବ ଡ. ସୁରେଶ କୁମାର ଦଳେଇଙ୍କୁ ଉତ୍ତରାଂଚଳ ରାଜସ୍ୱ କମିଶନର ଭାବେ ବଦଳି ହେବା ପରେ ଶ୍ରୀ ଦାସଙ୍କୁ ଏହି ଦାୟିତ୍ୱରେ ରଖାଯାଇଛି । ଆଜି ଆନୁଷ୍ଠାନିକ ଭାବେ ଏହି ଦାୟିତ୍ୱ ଗ୍ରହଣ ବେଳେ ତାଙ୍କ ସରକାରୀ କାର୍ଯ୍ୟାଳୟଠାରେ ବିଭାଗର ଅତିରିକ୍ତ ସଚିବ ଡ. ରାମକୃଷ୍ଣ ସାହୁ, ଶ୍ରୀମତୀ ମନସ୍ୱିନୀ ସାହୁଙ୍କୁ ସମେତ ଅନ୍ୟାନ୍ୟ ଅଧିକାରୀଗଣ ତାଙ୍କୁ ସାକ୍ଷାତ କରି ପୁଷ୍ପଗୁଚ୍ଛ ପ୍ରଦାନ କରି ଅଭିନନ୍ଦନ ଜଣାଇଥିଲେ । ଶ୍ରୀ ଦାସ ଜଣେ ଦକ୍ଷ ପ୍ରଶାସକ ହେବା ସହ ଜଣେ ଉଚ୍ଚକୋଟୀର ସ୍ତମ୍ଭକାର, ଗୀତିକାର, ଗାଳ୍ପିକ, ପ୍ରାବନ୍ଧିକ ତଥା ସଂସ୍କୃତି ସଂପନ୍ନ ବ୍ୟକ୍ତିତ୍ୱ ଅଟନ୍ତି । ତାଙ୍କ ନେତୃତ୍ୱରେ ବିଭାଗ ଅଧିକ ଚଳଚଂଚଳ ହେବା ସହ ଅନେକ ସୃଜନଶୀଳ କାର୍ଯ୍ୟ କରିପାରିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.